ୱାଶିଂଟନ, (ସତ୍ୟପାଠବ୍ୟୁରୋ): ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ମିଆମି ବିମାନବନ୍ଦରରେ ଅବତରଣ କରିବା ସମୟରେ ଆମାଜନ ପ୍ରାଇମ୍ ଏୟାର କାର୍ଗୋ ବିମାନ ରନୱେକୁ ଓଭରସିଟ୍ କରି ଦୁର୍ଘଟଣାଗ୍ରସ୍ତ ହୋଇ ଅନେକ ଯାନବାହନକୁ ଧକ୍କା ଦେଇଥିଲା I ଏହାପରେ ସମସ୍ତ ରନୱେ ଏବଂ ଟ୍ୟାକ୍ସିୱେ ବନ୍ଦ କରିଦିଆଯାଇଥିଲା। ଦୁର୍ଘଟଣା ପରେ କିଛି ଘଣ୍ଟା ପର୍ଯ୍ୟନ୍ତ, ଅଗ୍ନିଶମ କର୍ମଚାରୀମାନେ ଇନ୍ଧନ ଲିକ୍ ସମସ୍ୟାର ସମାଧାନ କରିବା ଜାରି ରଖÒଥିଲେ I ଏହି ଦୁର୍ଘଟଣା ଯୋଗୁଁ ଅଧÒକାଂଶ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।