ଆସନ୍ତାକାଲିଠୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ: କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା

ଆସନ୍ତା ୧୧ତାରିଖ ଅର୍ଥାତ ଆସନ୍ତାକାଲିଠୁ ସୂର୍ଯ୍ୟମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ । ଏନେଇ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ଗାଇଡ଼ ଲାଇନ୍ ଅନୁଯାୟୀ ସନ୍ଧ୍ୟା ୬ଟା ୩୦ରୁ ସୂର୍ଯ୍ୟମନ୍ଦିର ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ପାଇଁ ପ୍ରସ୍ତୁତି ଚାଲିଛି । ସୂଚନା ଅନୁସାରେ, ଗତ ୧୦ ମାସ ହେଲା ବନ୍ଦ ରହିଥିଲା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ।

ଇକୋ ରିଟ୍ରିଟକୁ ଦୃଷ୍ଟିରେ ରଖି ଏହି ସୋ ଚାଲିବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା ଚଳାଇଛି । ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ନିମନ୍ତେ ଟିକଟ ମୂଲ୍ୟ ୫୦ ଟଙ୍କା ରଖାଯାଇଛି । ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ସାହାଯ୍ୟରେ ମୁଖଶାଳା ଓ ନାଟ୍ୟମନ୍ଦିରରେ କାହାଣୀ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଶୁଣିବାକୁ ମିଳିବ । ଏଥିରେ ସୂର୍ଯ୍ୟମନ୍ଦିର ଐତିହ୍ୟ ବିଷୟରେ ତଥ୍ୟଭିତ୍ତିକ ବିବରଣୀ ରହିଛି |

Related Posts