ମିଆଁମାରର ପ୍ରଖ୍ୟାତ ସମାଜସେବୀ ଅଙ୍ଗ୍‌ ସାନ୍‌ ସୁ କିଙ୍କୁ ବିଭିନ୍ନ ନିୟମ ଉଲ୍ଲଘଂନ ଅପରାଧରେ ୪ ବର୍ଷ ଜେଲ ଦଣ୍ଡ

ଅଙ୍ଗ ସାନ କ୍ୟୁଙ୍କୁ ୪ ବର୍ଷ ଜେଲ କାରାଦଣ୍ଡ | ମ୍ୟାନାମାର ପ୍ରତିଷ୍ଠିତ ସମାଜସେବୀ ତଥା ନେତା ଅଙ୍ଗ ସାନ କ୍ୟୁଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ରେ ଦଣ୍ଡିତ କରାଯାଇଛି । ମିଆଁମାର କୋର୍ଟ ତାଙ୍କୁ ଏହି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ନୋବେଲ ପୁରସ୍କାର ବିଜେତାଙ୍କ ବିରୋଧରେ କରୋନା ନିୟମ ଉଲ୍ଳଂଘନ ଓ ଉତେଜନା ସୃଷ୍ଟିକାରୀ ଭାଷଣର ଅଭିଯୋଗ ଆସିଥିଲା । ସେ ଦେଶରେ ମିଲିଟାରୀ ଶାସନକୁ ତୀବ୍ର ବିରୋଧ କରି ଆସୁଥିବାରୁ ତାଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ସୁ କି ଏହି ଘଟଣାରେ ସୋମବାର ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ କୋର୍ଟ ୪ ବର୍ଷ ଦଣ୍ଡ ଦେଇଛନ୍ତି ବୋଲି ଜଣେ ଆଇନ ଅଧିକାରୀ ସୂଚନା ଦେଇଛନ୍ତି ।

କିନ୍ତୁ ସୁ କି ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏଥିରେ ରାଜନୀତି କରାଯାଉଥିବା ପାଲଟା ଅଭିଯୋଗ କରିଥିଲେ । ସୋମବାର ଶୁଣାଯାଇଥିବା ଦଣ୍ଡାଦେଶ ଅନୁସାରେ ବେଆଇନ ୱାକି-ଟକି ପାଇଁ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଥିବା ବେଳେ ଯୋଗାଯୋଗ ନିୟମ(Communication law)ର ଉଲ୍ଲଘଂନ ପାଇଁ ୧ ବର୍ଷ ଦଣ୍ଡ ଶୁଣାଯାଇଛି । କୋରୋନା ନିୟମର ଉଲ୍ଲଘଂନ ପାଇଁ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ଏହି ସମସ୍ତ ଅପରାଧ ପାଇଁ ତାଙ୍କୁ ମୋଟ ୪ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଆସିଥିବା ସମସ୍ତ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେଲେ ୧୦୦ରୁ ଊର୍ଦ୍ଧ୍ୱ ବର୍ଷ ଜେଲଦଣ୍ଡ ଭୋଗିବେ । ଇତି ମଧ୍ୟରେ ମିଳିତ ଜାତିସଂଘ, ୟୁରୋପୀୟ ୟୁନିୟନ, ବ୍ରିଟେନ ସରକାର ଏବଂ ଅନ୍ୟ ଆନ୍ତର୍ଜାତୀୟ ଅନୁଷ୍ଠାନ ଏହି ଦଣ୍ଡାଦେଶକୁ ନିନ୍ଦା କରିଛନ୍ତି ।

Related Posts