ଉତ୍ତର ପ୍ରଦେଶର ମୁଜାଫରନଗରରେ ଲଜ୍ୟା, ୯ ବର୍ଷର ଝିଅକୁ ଦୁଷ୍କର୍ମ କଲେ ୨ ନାବାଳକ, ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଉତ୍ତର ପ୍ରଦେଶର ମୁଜାଫରନଗରରେ ଲଜ୍ୟା । ଜଣେ ୯ ବର୍ଷୀୟ ଝିଅଙ୍କୁ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବା ଘଟଣା ଏବେ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ବେଶ କିଛି ଦିନ ତଳେ ଘଟିଥିଲେ ହେଁ ଜାନୁଆରୀ ୫ରେ ପୁଲିସ୍‌ରେ ଅଭିଯୋଗ କରାଯାଇଛି। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୀଡ଼ିତାଙ୍କ ବାପା ମା’ ପୁଲିସ୍‌ରେ କରିଥିବା ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଘଟଣା ଦିନ ତାଙ୍କ ଘର ପାଖରେ ଖେଳୁଥିଲେ। ଏହି ସମୟରେ ୧୦ ଓ ୧୪ ବର୍ଷର ଦୁଇ ଜଣ ପିଲା ସେଠାରେ ପହଞ୍ଚିଥିଲେ। ସେମାନେ ନାବାଳିକାଙ୍କୁ ଅପହରଣ କରି ନେବା ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏହି ଅଭିଯୋଗ ପରେ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦୁଇ ନାବାଳକଙ୍କୁ ଏଯାଏ ପୁଲିସ୍‌ ଠାବ କରି ପାରିନାହିଁ। ତଥାପି ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ସେମାନଙ୍କୁ ଖୋଜା ଚାଲିଛି। ଘଟଣାର ତଦନ୍ତ ଚାଲିଥିବାରୁ ପୁଲିସ୍‌ ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ଦେଇନାହିଁ।

ତେବେ ଦୁଷ୍କର୍ମ ପରେ ପୀଡ଼ିତା ଜଣଙ୍କ ଘରେ କିଛି କହି ନଥିଲେ। ହେଲେ ଧୀରେଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଶେଷରେ ଜାନୁଆରୀ ୫ରେ ସେ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ।

Related Posts