ଉଦ୍ଧାରକାର୍ଯ୍ୟରେ ଓଡିଶାବାସୀ ଓ ରାଜ୍ୟ ସରକାରଂକ ସହଯୋଗ ପ୍ରଶଂସନୀୟ : ପ୍ରଧାନମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶାର ବାଲେସୋରରେ ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି କହିଛନ୍ତି ଯେ ଯେଉଁମୀନେ ଦାୟୀ ସେମୀନଂକ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁର୍ଘଟଣାରେ ପରିବାର ସଦସ୍ୟଙ୍କୁ ହରାଇଥିବା ଲୋକଙ୍କ ସହ ସରକାର ଛିଡା ହୋଇଛନ୍ତି ବୋଲି ସେ କହିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଦେଶର ସବୁଠାରୁ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଅତି କମରେ 288 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 800 ଜଣ ଆହତ ହୋଇଛନ୍ତି।
ସେ କହିଛନ୍ତି, “ଏହା ଏକ ଯନ୍ତ୍ରଣାଦାୟକ ଘଟଣା। ଆହତମାନଙ୍କ ଚିକିତ୍ସା ପାଇଁ ସରକାର କୌ ଣସି ରାସ୍ତା ଛାଡ଼ିବେ ନାହିଁ। ଏହା ଏକ ଗମ୍ଭୀର ଘଟଣା, ପ୍ରତ୍ୟେକ ଦିଗରୁ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ।”

ଭୁବନେଶ୍ୱରଠାରୁ ପ୍ରାୟ 170 କିଲୋମିଟର ଦୂରରେ ଥିବା ବାଲେସୋର ଜିଲ୍ଲାର ବାହାନାଗା ବଜାର ଷ୍ଟେସନରେ ଘଟଣାସ୍ଥଳ ନିକଟରେ ପିଏମ ମୋଦୀ ଏକ ବାୟୁସେନା ଚପରରେ ଅବତରଣ କରିଥିଲେ। ସେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଭେଟିବା ପାଇଁ ବାଲାସୋର ଜିଲ୍ଲା ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀମକ ସହ ସହକର୍ମୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈ ଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥୁଲେ।

Related Posts