ଏଣିକି ଟ୍ରେନରେ ସିଟ୍ ପାଇବା ମହିଳାଙ୍କ ଲାଗି ହେଲା ସହଜ, ଭାରତୀୟ ରେଳ ବିଭାଗର ନୂଆ ନିଷ୍ପତ୍ତି |

ମହିଳ। ଙ୍କ ପାଇଁ ଖୁସି ଖବର ଆଣିଛି ଭାରତୀୟ ରେଳ ବିଭାଗ । ଏଣିକି ଟ୍ରେନରେ ଯାତାୟାତ ଲାଗି ମହିଳା ମାନେ ସିଟ ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁଭଳି ଭାବରେ ବସ୍ ଓ ମେଟ୍ରୋ ଟ୍ରେନରେ ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ରହିଥାଏ, ଠିକ ସେହିଭଳି ଏବେ ଟ୍ରେନରେ ମଧ୍ୟ ମହିଳା ମାନଙ୍କ ପାଇଁ ସିଟ୍ ସଂରକ୍ଷଣ ରହିବା ନେଇ ନିଷ୍ପତି ହୋଇଛି।
ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି କି ଟ୍ରେନରେ ଅଧିକ ଦୂର ଯାତ୍ରା କରୁଥିବା ମହିଳାମାନଙ୍କ ଆରାମ ଦାୟକ ଯାତ୍ରା ପାଇଁ ସିଟ ସଂରକ୍ଷିତ କରାଯିବା ସହ ଅନେକ ସୁବିଧା ଉପଲବ୍ଧ କରାଯିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ମେଲ ଓ ଏକ୍ସପ୍ରେସ ଟ୍ରେନର ସ୍ଲିପର କ୍ଲାସରେ ୬ଟି ବର୍ଥ ସଂରକ୍ଷିତ ରହିବ । ଗରୀବ ରଥ, ରାଜଧାନୀ, ଦୂରନ୍ତ ସମେତ ସମସ୍ତ ବାତାନୁକୁଳିତ ଏକ୍ସପ୍ରେସରେ ଥାର୍ଡ଼ ଏସି କୋଚରେ ବି ୬ଟି ବର୍ଥ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିବ ।

ପ୍ରତି ଏସି ସ୍ଲିପର କ୍ଲାସରେ ୬ ରୁ ୭ ଟି ଲୋୟର ବର୍ଥ, ବାତାନୁକୁଳିତ ୩ ଟିୟର କୋଚରେ ୪ ରୁ ୫ ଟି ଲୋୟର ବର୍ଥ ଓ ବାତାନୁକୁଳିତ ୨ଟିୟର ଏସି କୋଚରେ ୩ ରୁ ୪ଟି ଲୋୟର ବର୍ଥ ୪୫ ବର୍ଷରୁ ଅଧିକ, ଗର୍ଭବତୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି କି ଟ୍ରେନରେ ମହିଳାମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏହାସହ ରେଳ ଗାଡି ଓ ଷ୍ଟେସନରେ ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରେଳ ସୁରକ୍ଷାବଳ ତରଫରୁ ଗତବର୍ଷ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ‘ମେରୀ ସହେଲୀ’ ନାମକ ଏକ ଯୋଜନା ବ୍ୟବସ୍ଥା କରାଯାଇଥିଲା ଯାହା ମହିଳାଙ୍କୁ ଅନେକ ସହାୟକ ହୋଇଛି |

Related Posts