ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର (ଚାନ୍ଦିପୁର) : ସାମରିକ ଶକ୍ତି କ୍ଷେତ୍ରରେ ଭାରତ ପାଇଁ ଆଜି ଡିସେମ୍ବର ୧୮ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। କ୍ଷେପଣାସ୍ତ୍ର କ୍ଷମତା ବିକାଶରେ, ଭାରତ ଶନିବାର ଦିନ 1000 ରୁ 2,000 କିଲୋମିଟର ମଧ୍ୟରେ ଟାର୍ଗେଟ ଉପରେ ଆକ୍ରମଣ କରିବାର କ୍ଷମତା ସହିତ ପରମାଣୁ-ସାମର୍ଥ୍ୟ ଥିବା ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି।

ସୂଚନା ମୁତାବକ “ଭାରତ ଆଜି ଓଡ଼ିଶାର ବାଲେଶ୍ୱର ସ୍ତିତ ଚାନ୍ଦିପୁର ଉପକୂଳରେ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଅଗ୍ନି ପ୍ରାଇମ ହେଉଛି ଅଗ୍ନି ଶ୍ରେଣୀର କ୍ଷେପଣାସ୍ତ୍ରର ଏକ ନୂତନ ଏବଂ ଉନ୍ନତ ପ୍ରକାର। ଏହା 1000 ରୁ 2,000 କିଲୋମିଟର ଦୂରତା ବିଶିଷ୍ଟ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ଅଟେ।ଏହି ପରୀକ୍ଷଣ ସମୟରେ ପରମାଣୁ-ସାମର୍ଥ୍ୟ ରଖିଥିବା କ୍ଷେପଣାସ୍ତ୍ରରେ କେତେଗୁଡିଏ ନୂଆ ଫିଚର୍ସ ଆଡ଼ କରାଯାଇଛି |

ଏହି ପରୀକ୍ଷଣ ସମସ୍ତ ମିଶନ ବା ପାରାମିଟର କୁ ଠିକ ଭାବରେ ପୂରଣ କରିଛି ବୋଲି ଡି ଆର ଡି ଓ ପକ୍ଷରୁ ସୂଚନା ଦିଆଯାଇଛି।|ଏହା ହେଉଛି କ୍ଷେପଣାସ୍ତ୍ର ପରୀକ୍ଷଣର ଶେଷ ପରୀକ୍ଷଣ,ଯାହାକି ଚଳିତ ବର୍ଷ ଜୁନ୍ 28 ରେ କରାଯାଇଥିଲା ଏବଂ ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ବିକାଶର ନିକଟତର ହେବାକୁ ଯାଉଛି ଏବଂ ଏହା ଖୁବ୍ ଶୀଘ୍ର ସାମରିକ ବାହିନୀରେ କାର୍ଯ୍ୟକ୍ଷମ ହେବା ପାଇଁ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି | ଏହି ନୂଆ ଟେକ୍ନୋଲୋଜି ଏବଂ ସାମର୍ଥ୍ୟ ଭାରତର ରଣନୀତିକୁ ଆହୁରି ମଜବୁତ କରିବ ବୋଲି ସାମରିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି |

Related Posts