ମୁମ୍ବାଇ, ()- 2000 ଟଙ୍କିଆ ନୋଟକୁ ନେଇ ବଡ଼ ଦ୍ବନ୍ଦ୍ବ ପ୍ରକାଶ ପାଇଛି। 2000 ଟଙ୍କିଆ ନୋଟର ବିମୁଦ୍ରୀକରଣ ପରେ ଆରବିଆଇକୁ ଫେରିଲା 98 ପ୍ରତିଶତ ନୋଟ। ଆଉ 2 ପ୍ରତିଶତ ପାଇଁ ଆରବିଆଇ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏବେ ବି ସାଧାରଣ ଲୋକଙ୍କ ପାଖରେ ରହିଛି 5,451 କୋଟି ଟଙ୍କାର 2000 ଟଙ୍କିଆ ନୋଟ। ଆରବିଆଇ ଅଫିସ କିମ୍ବା ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ଏକ୍ସଚେଞ୍ଜ କଲେ ଅତିରିକ୍ତ ସୁବିଧା ମିଳିବ ବୋଲି ଆରବିଆଇ ନୂଆ ଗାଇଡଲାଇନ ଜାରି କରିଛି। ଏବେ କାହା ପାଖରେ 2000 ଟଙ୍କିଆ ନୋଟ ପଡ଼ି ରହିଥିଲେ , ଚିନ୍ତା ନ କରିବାକୁ ଆରବିଆଇ କହିଛି। ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଇବିଆଇ ଏହାକୁ ନେଇ ବଡ଼ ସ୍ପଷ୍ଟୀକରଣ ଦେଇଥିବା ଜଣାପଡି଼ଛି। 2023 ମେ 19ରେ ଆରବିଆଇ 2000 ଟଙ୍କିଆ ନୋଟ ବିମୁଦ୍ରୀକରଣ କରିଥିଲା, ସେତେବେଳେ ପ୍ରାୟ 3.56 ଲକ୍ଷ କୋଟି ଟଙ୍କାର ପ୍ରଚଳନ ଥିଲା। ସଦ୍ୟତମ ରିପୋର୍ଟ ଅନୁସାରେ ଏପ୍ରିଲ 2026 ଶେଷ ସୁଦ୍ଧା 98. 47 ପ୍ରତିଶତ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରିଆସିଥିବା କୁହାଯାଇଛି। ମାତ୍ର 5481 କୋଟି ଟଙ୍କା ନୋଟ ଏବେ ବି ସାଧାରଣ ଲୋକଙ୍କ ପାଖରେ ରହିଛି। ସବୁଠାରୁ ବଡ଼ କଥା ହେଲା ଆରବିଆଇ ସ୍ପଷ୍ଟ କରିଛି ଯେ, ଏହି ନୋଟ ଏବେ ବି ଲିଗାଲ ଟେଣ୍ଡର ବା ଆଇନ ଗତ ଭାବେ ସମ୍ପୂର୍ଣ୍ଣ ବୈଧ। ଯଦି କୌଣସି ଲୋକଙ୍କ ପାଖରେ 2000 ଟଙ୍କା ନୋଟ ଅଛି, ତେବେ ସାରା ଦେଶରେ ଥିବା ଆରବିଆଇର 19 କାର୍ଯ୍ୟାଳୟକୁ ଯାଇ ସିଧା ସଳଖ ଏହି ନୋଟ ବଦଳାଇ ପାରିବେ କିମ୍ବା ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରିପାରିବେ। ଏହାଛଡ଼ା ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ପୋଷ୍ଟ ମାଧ୍ୟମରେ 2000 ଟଙ୍କିଆ ନୋଟ ଆରବିଆଇର ନିକଟସ୍ଥ କାର୍ଯ୍ୟାଳୟକୁ ପଠାଇ ପାରିବେ। ଆପଣଙ୍କ ନୋଟ ପହଞ୍ଚିବା ପରେ ସେହି ଟଙ୍କା ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ। ପାଖରେ 2000 ଟଙ୍କିଆ ନୋଟ ଥିଲେ ଉପୟୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଆରବିଆଇ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି।
