“ଓଡ଼ିଶାବାସୀ ମମିତା ପାଇଁ ନ୍ୟାୟ ମାଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଲୁଚିଛନ୍ତି ” ; କଂଗ୍ରେସ

ଭୁବନେଶ୍ୱର ତା ୯/୧୨- ମୁଖ୍ୟମନ୍ତ୍ରୀଙ୍କ ଆଚରଣ ପାଇଁ ଆଜି ଓଡ଼ିଶାବାସୀ ଲଜ୍ଜିତ।ନବୀନ ବାବୁ ସ୍ୱାସ୍ଥ୍ୟ କାର୍ଡ ବାଂଟିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ବିଧାନସଭା ବାଟଦେଇ ହକି ଟ୍ରଫି ଦେବାପାଇଁ କଳିଙ୍ଗ ଷ୍ଟାଡିୟମ ଯାଉଛନ୍ତି । ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭା ନଆସି କରୋନାର ଆଳ ଦେଖାଇ ନବୀନ ନିବାସରେ ଲୁଚିଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଆଚରଣ ଗଣତନ୍ତ୍ର ଓ ବିଧାନସଭାକୁ ଅପମାନ ବୋଲି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ପାଇଁ ଓଡ଼ିଶାର ସଚେତନ ବୁଦ୍ଧିଜୀବି ଓ ଜନତା ଲଜ୍ଜିତ ହେଉଥିବେ ବୋଲି ମନୋଜ କୁମାର ମହାପାତ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ, ଦୀର୍ଘ ୨୧ ବର୍ଷ ଧରି ଯାହାକୁ ବ୍ୟାପକ ଜନ ସମର୍ଥନ ଦେଇ ଶାସନ ଭାର ଦେଇଥିଲେ । ସେ ଲୋକ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗର ଆଲୋଚନା ପାଇଁ ବିଧାନସଭା ଆସୁନାହିଁ । କ୍ୟାବିନେଟ ମନ୍ତ୍ରୀମାନେ ବିଭିନ୍ନ ଅପରାଧରେ ଜଡ଼ିତ । କୃଷକ, ଶ୍ରମିକ ଓ ଶିକ୍ଷିତ ବେକାରୀ ସମସ୍ୟାର ଓଡ଼ିଶା ଜର୍ଜରିତ ।

ମମିତା ମେହେର ହତ୍ୟା ପ୍ରସଙ୍ଗରେ ଅନ୍ୟାୟର ସୀମା ଚରମ ସୀମାରେ ଘଟଣାରେ କେବଳ ହତ୍ୟାକାରୀକୁ ଧରି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ର କାରୀ ସେକ୍ସ ସ୍କାଣ୍ଡାଲ ର‌୍ୟାକେଟରେ ରାଣୀ ମହୁମାଛିକୁ ଗିରଫ କରାଯାଇ ନାହିଁ । ପୋଲିସ୍ ତଥ୍ୟ ପ୍ରମାଣ ନଷ୍ଟ କରି ଅଭିଯୁକ୍ତର ସୁରକ୍ଷା ଦେଇ ଏବେ ନିଜେ ଅପରାଧି ।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶାବାସୀ ମମିତା ପାଇଁ ନ୍ୟାୟ ମାଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଲୁଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆଚରଣ ପାଇଁ ଓଡ଼ିଶାବାସୀ ଲଜ୍ଜିତ ଅନୁଭବ କରୁଥିବେ ଓ ଅନୁତପ୍ତ ମଧ୍ୟ ହେଉଥିବେ । ଶାସକ ଦଳ ତରଫରୁ କୁହାଯାଉଛି ତଦନ୍ତ ଠିକ୍ ଭାବେ ଚାଲିଛି । ମମିତା ପ୍ରସଙ୍ଗରେ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବିଧାନସଭାକୁ ଅଚଳ କରାଯାଉଛି

ଦରଦାମ ବୃଦ୍ଧି, କେନ୍ଦ୍ର ଅବହେଳା ଓ ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବା ଦାବିରେ ବିଧାନ ସଭାରେ ବାଘଗର୍ଜନ କରୁଥିବା ବେଳେ ଲୋକସଭା ଓ ରାଜ୍ୟସଭା ଏମାନେ ବିଲେଇ ଭଳି ବ୍ୟବହାର କରୁଛନ୍ତି । ଅତୀତର ବହୁ ଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମାପଦ ରାଉତ ହତ୍ୟାକାଣ୍ଡରେ ପୋଲିସର ତଦନ୍ତର ଭୂମିକା, ତଥ୍ୟ ପ୍ରମାଣର ଅଭାବ ଯୋଗୁଁ ସେ ଘଟଣାରେ ଜଡ଼ିତ ଅଭିଯୁକ୍ତମାନେ ଯେଭଳି ଖସିଗଲେ । ଏହି ଘଟଣାରେ ମଧ୍ୟ ସେମିତି ଆଶଙ୍କାକୁ କେବେବି ଅସ୍ୱୀକାର କରି ହେବ ନାହିଁ । ମମିତା ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦକୁ ପଚରା ଉଚୁରା କରି ଅପରାଧର ସୁରାକ ପାଇଥିଲେ ଓ ପରବର୍ତୀ ମୂର୍ହତରେ ସେ ଫେରାର ହୋଇଥିଲା । ଅଭିଯୁକ୍ତ ବାଟ କଢ଼େଇବାର ପକ୍ରିୟାକୁ ଜାଣି ସୁଣି ଅଣଦେଖା କରାଯାଇ ଗାତ ଖୋଳିକି କିଛି ଦେହାବଶେଷ ଉଦ୍ଧାର କରିଥିଲା । ଆଉ ସେ ଗାତ ଭିତରୁ ଉଧାର କରିଥିବା କାନଫୁଲ, ପାଉଁଜି ଓ ଭେନିଟ ବ୍ୟାଗର ଟିଆଇ ପ୍ୟାରେଡ କରାଯାଇ ନଥିବା ସତ୍ୟକି? ସେ ସବୁ ମ୍ୟାଟେରିଆଲ ଚିହ୍ନଟ କରାଯାଇ କେସର ଶୁଣାଣି ଦେଲେ କୋର୍ଟର ମଧ୍ୟ ଦାଖଲ ହେବାର ବିଧି ରହିଛି କି? ଯଦି ଏ ସବୁ ମ୍ୟାଟେରିଆଲ ପରିବାର ବର୍ଗଙ୍କୁ ଫେରେଇ ଦେଇଛି ତାହାହେଲେ କେଉଁ ଆଇନରେ ?

ମମିତାର ପିତା ନିର୍ଦ୍ଦିଷ୍ଟ ଭାବେ ମହାଲିଙ୍ଗ କଲେଜର ସେକ୍ସ ସ୍କାଣ୍ଡାଲ ଓ ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଏବଂ ଏ ଘଟଣାରେ ତାଙ୍କ ଝିଅ ପ୍ରତିବାଦ କରିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମଧ୍ୟ ପୋଲିସ୍ ସେକ୍ସ ସ୍କାଣ୍ଡାଲ ଉପରେ କାହିଁକି ତଦନ୍ତ କରୁ ନାହିଁ । ଏଣୁ ପୋଲିସର ତଦନ୍ତ ନିରପେକ୍ଷ ନୁହେଁ ତେଣୁ କଂଗ୍ରେସ ଦଳ ତରଫରୁ ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯାଇ ହତ୍ୟାକାଣ୍ଡର ଅଭିଯୁକ୍ତ, ଷଡ଼ ଯନ୍ତ୍ରକରୀ, ମୁଖ୍ୟ ପୃଷ୍ଠପୋଷକ ଓ ସେକ୍ସ ସ୍କାଣ୍ଡାଲର ରାଣୀମହୁମାଛିଙ୍କୁ ଖୋଜି ବାହାର କରିବା ପାଇଁ ଦଳ ତରଫରୁ ଦୃଢ଼ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

Related Posts