ରାୱତଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ରାତି ୯ ଟାରେ ଯିବେ ପ୍ରଧାନମନ୍ତ୍ରୀ

ସିଡିଏସ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରାତି ୯ ଟାରେ ଦିଲ୍ଲୀରୁ ପାଲମ ବିମାନ ବନ୍ଦରରେ ପହଞ୍ଚି ରାୱତଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବେ । ଏହି କ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଏନଏସଏ ଅଜିତ ଡୋଭାଲ ବି ସେଠାରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ସୁଲୁର ବିମାନ ବନ୍ଦରରୁ ଜେନରାଲ ବିପିନ ରାୱତଙ୍କ ସମେତ ସମସ୍ତ ୧୨ ଟି ଶବକୁ ଧରି ବିମାନ ଦିଲ୍ଲୀର ପାଲମ ବିମାନ ବନ୍ଦର ଅଭିମୁଖେ ଉଡାଣ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୭.୩୦ ମିନିଟରେ ବିମାନଟି ପାଲମ ଏୟାରପୋର୍ଟରେ ପହଂଚିବ । ସେଠାରେ ପହଂଚିବା ପରେ ତାଙ୍କ ପାର୍ଥବ ଶରୀରକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ ।

ସୂଚନାଯୋଗ୍ୟ, ଶୁକ୍ରବାର ୯ ଟା ସୁଦ୍ଧା ସିଡିଏସ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନ ନିକଟକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ମର୍ଜ୍ୟଦା ସହ ତାଙ୍କର ଅନ୍ତିମ ସଂସ୍କାର କରିବାର କାର୍ଯ୍ୟକ୍ରମ ରହିଛି ।

Related Posts