ଓୱେସିଙ୍କୁ ଅନୁରୋଧ କଲେ ଶାହା, ଜାଣନ୍ତୁ କାହିଁକି ?

ଉତ୍ତର ପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ବିବୃତ୍ତି ରଖିଛନ୍ତି | ଫେବ୍ରୁଆରୀ ୩ରେ ଅସଦୁଦ୍ଦିନ ଓଓ୍ବେସୀ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ତାଙ୍କ ଗାଡିକୁ ଗୁଳିମାଡ ହୋଇଥିଲା । ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିଲା | ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି | ଗିରଫ ଦୁଇଜଣ ହେଲେ ବାଦଲପୁରର ବାସିନ୍ଦା ସଚିନ ଶର୍ମା ଏବଂ ସାହାରନପୁରର ଶୁଭମ୍ ।

ଏହି ଘଟଣା ପରେ ଓଓ୍ବେସୀ ଲୋକସଭାରେ ତାଙ୍କ ପାଖରୁ Z କାଟାଗୋରି ସୁରକ୍ଷା ଫେରାଇ ନେବାକୁ କହିଥିଲେ । ମରଣକୁ ଡର ନାହିଁ । ସାଧାରଣ ଲୋକ ପରି ବ୍ୟବହାର କରାଯାଉ ଏବଂ ନ୍ୟାୟ ଦରକାର ବୋଲି କହିଥିଲେ ଓୱେସୀ । ଗୁଳିମାଡ ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଥିଲା | ମାତ୍ର ସେ ଏହି ସୁରକ୍ଷାକୁ ଗ୍ରହଣ କରିବାକୁ ମନା କରିଛନ୍ତି |

ତେବେ ଏହି ଆକ୍ରମଣ ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଥିଲେ, ହାପୁଡରେ ଓୱେସିଙ୍କ କୌଣସି କାର୍ଯ୍ୟକ୍ରମ ଥିଲା ନା ସେଠାକୁ ଯାଉଥିଲେ ବୋଲି ପ୍ରଶାସନ ପାଖରେ କୌଣସି ଖବର ଥିଲା । ମୁଁ ଓୱେସିଙ୍କୁ ଅନୁରୋଧ କରୁଛି ସେ ସରକାରଙ୍କ ସୁରକ୍ଷାକୁ ଗ୍ରହଣ କରନ୍ତୁ ।

ଫେବୃଆରୀ ୩ ତାରଖରେ ନିର୍ବାଚନ ପ୍ରଚାର ସାରି ସେ ଫେରୁଥିବା ବେଳେ ଓୱେସିଙ୍କ ଉପରକୁ ଗୁଳିମାଡ ହୋଇଥିଲା । ହେଲେ ଗୁଳି ତାଙ୍କ ଉପରେ ନବାଜି ତାଙ୍କ ଗାଡିରେ ବାଜିଥିଲା । ଏହାପରେ କେନ୍ଦ୍ର ସରକାର ଓୱେସିଙ୍କୁ ସିଆରପିଏଫ କମାଣ୍ଡୋ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ତାହାକୁ ସଂସଦରେ ଗ୍ରହଣ କରି ନଥିଲେ ଓୱେସି ।

Related Posts