ଯେଉଁ ବିଶ୍ୱବିଦ୍ୟାଳୟର ଛାତ୍ରୀ ସେହିଠି ହେଵେ ପ୍ରଥମ ମହିଳା କୁଳପତି; ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ ହେବେ ଜେଏନୟୁର କୁଳପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଜେଏନୟୁକୁ ପ୍ରଥମଥର କରି ଜଣେ ମହିଳା କୁଳପତିଙ୍କୁ ନିଯୁକ୍ତ କରାଯାଇଛି । ତେବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ିଙ୍କୁ ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ପୁଣେର ସାବିତ୍ରୀ ବାଇ ଫୁଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ। ଅନ୍ୟପଟେ ଶାନ୍ତିଶ୍ରୀ ନିଜେ ଜେଏନୟୁରୁ ଦର୍ଶନଶାସ୍ତ୍ରରେ ମାଷ୍ଟର ଏବଂ ପିଏଚଡି କରିଛନ୍ତି । ସେ ୧୯୮୮ ମସିହାରେ ଗୋଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଦାନ ଆରମ୍ଭ କରିଥିଲେ । ଏହା ପରେ ସେ ୧୯୯୩ ମସିହାରେ ପୁଣେ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ । ସେ ହେଉଛନ୍ତି ଜେଏନୟୁ ର ପ୍ରଥମ ମହିଳା କୁଳପତି। ଏପର୍ଯ୍ୟନ୍ତ ଜେଏନୟୁରେ କେବଳ ୧୨ ଜଣ ପୁରୁଷ କୁଳପତି ରହିଛନ୍ତି।

ସେପଟେ ଜଗଦୀସ କୁମାର ଏପର୍ଯ୍ୟନ୍ତ ଜବାହରଲାଲ ୟୁନିଭରସିର୍ଟିର କୁଳପତିର ଦାୟିତ୍ୱ ନିର୍ଭର କରୁଥିଲେ । ଶାନ୍ତିଶ୍ରୀ ୫ ବର୍ଷ ପାଇଁ ଏହି ପଦରେ କାର‌୍ୟ୍ୟ କରିବେ। ତାଙ୍କ ନିଯୁକ୍ତି ପତ୍ର ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁଜିସି, ଆଇସିଏସଏସ୍ଆରର ସେ ସଦସ୍ୟ ରହିଥିଲେ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିଜିଟର ନୋମିନି ଭାବେ ଦାୟିତ୍ୱ ତୁଲାଇଛନ୍ତି। ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତଙ୍କ ନେତୃତ୍ୱରେ ୨୯ ଜଣ ଶିକ୍ଷାର୍ଥୀ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଜେଏନ୍ୟୁର କୁଳପତି ଏମ ଜଗଦୀଶ କୁମାରଙ୍କ ୫ ବର୍ଷିୟା କାର୍ଯ୍ୟକାଳ ଗତବର୍ଷ ଠାରୁ ଶେଷ ହୋଇଥିଲା। କିନ୍ତୁ ସେ ଏଠାରେ କାର୍ଯ୍ୟରତ କୁଳପତି ଦାୟିତ୍ୱରେ ଥିଲେ। ଗତ ସପ୍ତାହରେ ତାଙ୍କୁ ୟୁଜିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ତେଣୁ ଏବେ ଶିକ୍ଷା ମନ୍ତ୍ରଣାଳୟ ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତଙ୍କୁ ଜେଏନ୍ୟୁର ସ୍ଥାୟୀ କୁଳପତି ଭାବେ ନିଯୁକ୍ତି ଦେଇଛି।

Related Posts