କଂଗ୍ରେସ ଭବନ ଭିତରେ ପୋଲିସ ବାଡେଇବା ମାମଲା : ବିଚାରବିଭାଗୀୟ ତଦନ୍ତ ଦାବି କଲା ଦଳ

ଭୁବନେଶ୍ୱର, ୧୧/୧୨(ନି.ପ୍ର): ଶୁକ୍ରବାର ଛାତ୍ର କଂଗ୍ରେସର ବିଧାନସଭା ଘେରାଉ କାଳରେ ପୋଲିସ ଯେଭଳି ଭାବେ ନିରୀହ ଛାତ୍ର ଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ କଂଗ୍ରେସ ଭବନ ମଧ୍ୟରେ ପଶି ବାଡ଼ାବାଡ଼ି କଲା ଏହାକୁ ନେଇ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭବନ ମଧ୍ୟରେ ପୋଲିସ କାହିଁକି ପଶିଲା ଏବଂ କେଉଁ ଅଧିକାରୀ ଏପରି କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ଏହାର ଏକ ବିଚାର ବିଭାଗୀୟ ତଦନ୍ତ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି

ଗତକାଲି ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ଗାନ୍ଧୀମାର୍ଗରଣକ୍ଷେତ୍ର ପାଲଟିଥିଲା । ବିଧାନସଭାକୁ ଧସେଇ ପଶିବା ବେଳେ ପୋଲିସ ଅତି ଅମାନୁଷିକ ଭାବରେ ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ଲାଠିମାଡ଼ କରିଥିଲା।ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କଉଦ୍ୟମ ବେଳେ ପୁଲିସ ଲାଠିମାଡ଼ କରିଥିଲା । ଏଥିରେ୩କର୍ମୀଙ୍କ ମୁଣ୍ଡ ଫାଟିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି କର୍ମୀଙ୍କୁପୁଲିସ ପିଟିଥିବା ଲକ୍ଷ୍ୟ କରାଯାଇଛି । ଛାତ୍ର କଂଗ୍ରେସ କର୍ମୀଙ୍କପାଇଁ ରନ୍ଧା ହୋଇଥିବା ଖାଦ୍ୟ ମଣ୍ଡା ଫିଙ୍ଗାଫିଙ୍ଗି ହୋଇଛି । ପୁଲିସଲାଠିମାଡ଼ ଉପରେ ଆନ୍ଦୋଳନକାରୀ ଏଣେତେଣେ ଦୌଡ଼ିଥିଲେ ।

ବିଚାର ବିଭାଗୀୟତଦନ୍ତ ଦାବି କଲା ଦଳ

ପୋଲିସ ଭବନ ଭିତରେ ଆତଙ୍କରାଜ ଘଟଣା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣେଶ୍ୱର ବେହେରା କହିଥିଲେ ଯେ, ସମୁଦାୟ ଘଟଣାର ଏକ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ଵାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦ୍ବାରା ତଦନ୍ତ କରାଯାଉ। ସେପଟେ ପୋଲିସ କଂଗ୍ରେସ ଭବନ ଭିତରେ ପଶିବା ପ୍ରତିବାଦରେ ଦଳ ପକ୍ଷରୁ ମାଷ୍ଟର କ୍ୟାନ୍ତିଁ ଛକ ଅବରୋଧ କରାଯାଇଥିଲା। ଶେଷରେ ଭୁବନେଶ୍ଵର ଡି ସି ପି ଘଟଣା ସ୍ଥଳରେ ପହଞ୍ଚି ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମୀମାନେ ଆନ୍ଦୋଳନରୁ ଉଠିଥିଲେ ।

ଶୁକ୍ରବାର ଦିନ ଲୋୟର ପି ଏମ ଜି ଠାରେ କଂଗ୍ରେସ ର ସମସ୍ତ ୯ ଜଣ ବିଧାୟକ ଏବଂ ପି ସି ସି ସଭାପତି ଉପସ୍ଥିତ ରହି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ବିଧାୟକ ଦଳ ନେତା ନରସିଂହମିଶ୍ର, କଂଗ୍ରେସ ବିଧାୟକ ବୃନ୍ଦ ଓ ଦଳର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରହିଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ । ମମିତାଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତକଂଗ୍ରେସର ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ ।

ଅପରପକ୍ଷରେ ଛାତ୍ର କଂଗ୍ରେସସଭାପତି ୟାସିର ନୱାଜ୍ କହିଛନ୍ତି,ବିଜେଡି କର୍ମୀ ପୁଲିସ ଗାଡ଼ି ଜାଳିବାକୁଉଦ୍ୟମ କରିଥିଲେ । କିଏ ପୋଲିସ ଭ୍ୟାନ ରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ତାହା କ୍ୟାମେରା ର ରେକର୍ଡ ହେଇଛି ତେଣୁ ପୋଲିସ ତଦନ୍ତ କଲେ ଜଣାପଡ଼ିବ ସେମାନେ ଛାତ୍ର କଂଗ୍ରେସ ନା ବିଜେଡି ଗୁଣ୍ଡା ବୋଲି ୟାସିର କହିଛନ୍ତି।ଛାତ୍ର କଂଗ୍ରେସ ନେତ୍ରୀ ମନିଷା ନାୟକ କହିଛନ୍ତି ଯେ ଜଣେଛାତ୍ରୀଙ୍କ ହାତ ଭାଙ୍ଗି ଯାଇଥିବାବେଳେ୧୪ ଜଣ ଛାତ୍ରଙ୍କ ମୁଣ୍ଡ ଫାଟିଛି।

ରାଜ୍ୟରେ ଗଣତରେ କୁଶୁଡ଼ି ପଡ଼ିଛି । ନବୀନ ପଟ୍ଟନାୟକଙ୍କ ଶାସନରେ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଅପହରଣ କରାଯାଇଛି । ବିଧି ବ୍ୟବସ୍ଥା ପ୍ରତି ଉପହାସ କରାଯାଉଛି । ପୁଲିସକୁ ଦଳୀୟ ବାହିନୀ ଭାବରେ ବ୍ୟବହାର କରି ବିଜେଡି ସରକାର ବିରୋଧୀ ଦମନଅଭିଯାନ ଆରମ୍ଭ କରିଛି ବୋଲି କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧକ୍ଷଗଣେସର ବେହେରା ଅଭିଯୋଗ କରିଛନ୍ତି ।ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ନିରୀହ ଶାନ୍ତିପୂର୍ଣ୍ଣଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୁଲିସର ଅମାନୁଷିକ ଆକ୍ରମଣକୁକଠୋର ନିନ୍ଦା କରିଥିଲେ। ଏପରି ବର୍ବରୋଚିତ ଘଟଣା ପାଇଁ ପୁଲିସ ଡି ଜି କ୍ଷମା ମାଗନ୍ତୁ ବୋଲି ଶ୍ରୀ ବେହେରା ନାବି କରିଥିଲେ । କଂଗ୍ରେସଭବନରେ ପ୍ରବେଶ କରି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣରେ ସଂପୃକପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ମାତ୍ରାଧୂଳକାର୍ଯ୍ୟର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି । ସାମ୍ବାଦିକସମ୍ମିଳନୀରେ ବିଧାୟକ ରମେଶ ଚନ୍ଦ୍ର ଜେନା ଓ ଜାତୀୟ ଛାତ୍ରକଂଗ୍ରେସ ସମ୍ପାଦିକା ସୁଶୀ ଅନୁଲେଖା ବୋଷ ଉପସ୍ଥିତ ଥିଲେ ।

Related Posts