ତପସ୍ୱିନୀଙ୍କୁ ଏକା ଛାଡି ସୁମିତ୍‌ ଗାୟବ

ବ୍ରହ୍ମପୁର, ଡିସେମ୍ବର ୧୦/୧୨): ବହୁଚର୍ଚ୍ଚିତ ବ୍ରହ୍ମପୁର ନବବଧୂ ଧାରଣା ମାମଲାରେ ପୁଣି ନୂଆ ଟୁଇଷ୍ଟ। କିଛିଦିନ ତଳେ କୋର୍ଟ ଉଭୟ ପତୀପତ୍ନୀଙ୍କୁ ୭ଦିନ ଏକା ସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ତପସ୍ଵିନୀ ଓ ଡାକ୍ତର ସୁମିତ ସାଙ୍ଗରେ ୭ ଦିନ ରହିବା ବେଳେ ଗତକାଲି ପୁଣି ଆଉ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ଆଜି ସକାକୁ ସ୍ୱାମୀ ସୁମିତ୍ ପତ୍ନୀ ଡିମ୍ପଲକୁ ଏକା ଛାଡି କୁଆଡେ ଗାୟବ୍ ହୋଇଯାଇଥିବା ଡିମ୍ପଲ ଅଭିଯୋଗ ଆଣିଛନ୍ତି ।

ଆଜି ସକାଳୁ ସୁମିତ୍ ଙ୍କୁ ଜଣେ କେହି ସ୍କୁଟିରେ ଆସି ନେଇ ଯାଇଥିଲେ ଆଉ ତା ପରଠାରୁ ଆଉ ସୁମିତ୍‌ଙ୍କ ଫୋନ୍ ଲାଗୁନଥିବା ଡିମ୍ପଲ ଅଭିଯୋଗ କରିଛନ୍ତି ।ଗେଷ୍ଟ ହାଉସ୍‌ ସମ୍ମୁଖରୁ ପୁଲିସ୍‌ କ୍ୟାମ୍ପ ହଟିବା ପରେ ସୁମିତ ଚମ୍ପଟ ମାରିଥିବା ଆଲୋଚନା ହେଉଛି। ତେବେ ତପସ୍ୱିନୀ ଓରଫ୍ ଡିମ୍ପଲ ତାଙ୍କ ବିରୋଧରେ କିଛି ଚକ୍ରାନ୍ତ ଚାଲିଛି ବୋଲି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇ କହିଛନ୍ତି । ଏହି ମାମଲାରେ ତାଙ୍କୁ ନ୍ୟାୟ ମିଳୁ ବୋଲି ତପସ୍ୱିନୀ କହିଛନ୍ତି ।ସୂଚନା ଅନୂଯାଇ ସୁମିତ୍ ଓ ଡିମ୍ପଲଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିବା ବେଳେ ଦୁହେଁ କୋର୍ଟ ମ୍ୟାରେଜ୍ ମଧ୍ୟ କରିଛନ୍ତି ମାତ୍ର ଏହାପରେ ବାହାଘର ପାଇଁ କହିବାରୁ ସୁମିତ୍‌ଙ୍କ ଘର ଲୋକ ଡିମ୍ପଲଙ୍କୁ ଆପଣାଇବାକୁ ମନା କରିଦେଇଥିବାରୁ ନିଜ ଶ୍ୱଶୁର ଘର ଆଗରେ ବଧୂ ବେଶରେ ଧାରଣା ଦେଇଥିଲେ ଡିମ୍ପଲ ।ଦୀର୍ଘ ୧୧ ଦିନର ଧାରଣା ପରେ କୋର୍ଟ ଉଭୟ ସୁମିତ୍ ଓ ଡିମ୍ପଲଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମାତ୍ର ଆଜି ପୁଣି ତପସ୍ୱିନୀଙ୍କୁ ଏକା ଛାଡି ଚାଲିଯାଇଛନ୍ତି ସୁମିତ୍ ।

Related Posts