ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ହୁ ହୁ ହୋଇ ବଢ଼ି ଚାଲିଛି ଦରଦାମ। ଖାଇବା ତେଲ, ଡାଲି ଦର ବୃଦ୍ଧି ପାଇଥିବାବେଳେ ଏବେ କନ୍ଦାଇଲାଣି ପିଆଜ। ନାସିକରେ ପିଆଜ ଚାଷୀଙ୍କ ଦରବୃଦ୍ଧି ପାଇଁ ଦର ବଢିଛି । ପିଆଜ ଦର ପୂର୍ବ ଅପେକ୍ଷା କ୍ଵିଣ୍ଟାଲ ପିଛା ୧୫ ଶହ ଟଙ୍କା ବଢିଛି । ପୂର୍ବରୁ ପାଇକାରୀ ଦର ୧୫ ଶହରୁ ୧୬ ଶହ ଟଙ୍କା ବିକ୍ରି ହେଉଥିବାବେଳେ ଏବେ କ୍ଵିଣ୍ଟାଲ ପିଛା ୩ ହଜାର ଟଙ୍କା ବିକ୍ରି ହେଉଛି ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା । ସେହିପରି ଚିନିର ପାଇକାରୀ ଦର ପୂର୍ବରୁ ୪ ହଜାର ଥିବାବେଳେ ଏବେ ୪ ହଜାର ୫୦୦ ଟଙ୍କା ରହିଛି । ଆଗକୁ ଆଉ ୨ ଶହ ଟଙ୍କା ବଢ଼ିବାର ସମ୍ଭାବନା ରହିଛି । ଚାଉଳ ଦରରେ ପ୍ରାୟ ୨ ଶହ ଟଙ୍କା ବୃଦ୍ଧି ପାଇଛି । ଡାଲି, ସୁଜି, ତେଲ ଓ ଅନ୍ୟ ସାମଗ୍ରୀ ଦର ସ୍ଥିର ରହିଛି ।
