କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ

କରଞ୍ଜିଆ :  ହାତୀ ଆତଙ୍କ ।  ଏକର ଏକର ଧାନଫସଲ ନଷ୍ଟ କରୁଛନ୍ତି ୨୫ ଟିକିଆ ଝାଡଖଣ୍ଡୀ ହାତୀପଲ । ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ଗଜରାଜ ଆତଙ୍କ ଖେଳାଉଛନ୍ତି ।

ବୁଧବାର  କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ହାତୀପଲଙ୍କ ଉତ୍ପାତ କରିଛନ୍ତି ।ରାତିରେ  ଦରି ଓ ଶିରମଣିପୁର ଠାରେ ସେମାନେ ଫସଲକୁ ମାଡିଦଳି କରିଛନ୍ତି ।୨୫ଟିକିଆ  ହାତୀପଲ ବର୍ତ୍ତମାନ ଦରି ସଂରକ୍ଷିତ ଜଙ୍ଗଲରେ ଥିବା ସୂଚନା ମିଳିଛି। ତେବେ  ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିବା ଜଣାପଡିଛି ।  

Related Posts