ମମିତା ମେହେର ହତ୍ୟା ମାମଲାରେ ବିଜେପିର ନୂଆପଡା ବନ୍ଦ

ନୂଆପଡା : ମମିତା ମେହେର ହତ୍ୟା ମାମଲାରେ ତାତି କମୁନି । ଲଗାତର ଭାବେ ବିରୋଧି ଦଳ ସରକାରଙ୍କୁ ଘେରିବାକୁ କସରତ କରୁଛନ୍ତି । ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବାହାର କରିବାକୁ ଦାବି କରୁଛନ୍ତି । ତେବେ ମମିତାଙ୍କୁ ନ୍ୟାୟ ଦାବିରେ ଗୁରୁବାର ୧୨ ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ ପାଳନ କରୁଛି ଭାରତୀୟ ଜନତା ପାର୍ଟି ।

ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ସନସାଇନ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ପାଳନ କରାଯାଉଛି ।   ଏହାସହ ଦଳ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି । କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଜିଲ୍ଲାରେ ଚକ ଅଖ ଏକ ପ୍ରକାର ବନ୍ଦ ରହିଛି ।

Related Posts