ନବରଙ୍ଗପୁର, (ସତ୍ୟପାଠବ୍ୟୁରୋ) : ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ। ଘର ଦ୍ବାରା ପାଣି ପଶିଥିବାବେଳେ ଫୁଲୁଛି ନଦୀ ନାଳ। ଏପରିକି ଦୁର୍ଗମ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ନେଇ ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଡ଼ଙ୍ଗରଭେଜା ମଝିରେ ଥିବା ବାଙ୍ଗିରି ପୋଲ ଉପରେ ତିନି ଫୁଟ ର ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଜିଲ୍ଲା ମୁଖ୍ୟାଳୟ ସହିତ ତିନୋଟି ପଞ୍ଚାୟତର ଯୋଗାଯୋଗ ବିଛିନ୍ନ ହୋଇଛି। ଏହି ରାସ୍ତା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା । ପୋଲ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ନିଜ ଜରୁରୀ କାମରେ ନବରଙ୍ଗପୁର ଯାଉଥିବା ଲୋକେ ପୋଲ ଉପରେ ଯାତାୟାତ କରି ନ ପାରି ପୋଲର ଉଭୟ ପାର୍ଶ୍ୱ ରେ ଛିଡା ହୋଇଛନ୍ତି ।