କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍

ଓମିକ୍ରନକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ । ସେପଟେ କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍ ଘୋଷଣା କରିଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । ଚୀନର ୱେଷ୍ଟର୍ଣ୍ଣ ସହର ସିଆନରେ ଲକଡାଉନ୍ କଟକଣା ଜାରି କରାଯାଇଛି । ୧୨୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛନ୍ତି ଚୀନ୍ ରାଷ୍ଟ୍ରପତି । ଆଉ ଜାରି ହୋଇଥିବା ଏହି କଟକଣାରେ ୧୩ ମିଲିୟନ୍ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ ।

ଅନ୍ୟପଟେ ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାକୁ ଲାଗୁଛି । ତାମିଲନାଡ଼ୁରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୩ ନୂଆ ଓମିକ୍ରନ ଆକ୍ରାନ୍ତ । ପୂର୍ବରୁ ତାମିଲନାଡ଼ୁରେ ଗୋଟିଏ ଓମିକ୍ରନ ମାମଲା ଚିହ୍ନଟ ହୋଇଥିବାବେଳେ ଏବେ ମୋଟ ୩୪କୁ ବୃଦ୍ଧି ପାଇଛି ଓମିକ୍ରନ । ଏନେଇ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଚେନ୍ନାଇରୁ ୨୬ଜଣ, ସାଲେମରୁ ଜଣେ, ମଦୁରାଇରୁ ୪ଜଣ ଏବଂ ଥିରୁବନମଲାଇରୁ ୨ଜଣ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ବର୍ତମାନ ସୁଦ୍ଧା ୨୬୯ ଜଣ ଓମିକ୍ରନ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ବର୍ତମାନ ସୁଦ୍ଧା ୧୬ଟି ରାଜ୍ୟରୁ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇସାରିଲେଣି।

Related Posts