କରୋନା ସଂକ୍ରମିତ ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ସ୍ବାସ୍ଥ୍ୟ ଟିକେ ଖରାପ୍ ହେବା ପରେ ସେ କରୋନା ଟେଷ୍ଟ କରିଥଲେ । ପରେ ସେ କୋଭିଡରେ ସଂକ୍ରମିତ ହୋଇଥିବା ଟେଷ୍ଟିଂରୁ ଜଣାପଡିଥିଲା । ପରେ ସେ ଏବେ ସଙ୍ଗରୋଧରେ ରହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତ୍ତିରେ କୁହଯାଇଛି, ସେ ନିତିଶ ବର୍ତ୍ତମାନ ଗୃହ ସଙ୍ଗରୋଧରେ ରହିଛନ୍ତି ।
ସେହିପରି ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ସମସ୍ତେ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ନିତିଶ ନିବେଦନ ମଧ୍ୟ କରିଥିବା କାର୍ଯ୍ୟାଳୟ କହିଛି ।
ଆଜି ଅପରାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ରାଜନାଥ ମଧ୍ୟ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।