କରୋନା ପ୍ରଭାବ: ଦୁଇଟି ସିଫ୍ଟରେ ସଂସଦର ବଜେଟ ଅଧିବେଶନ, ସକାଳ ୧୦ ଟାରୁ ୩ଟା ଏବଂ ଅପରାହ୍ନ ୪ ଟାରୁ ୯ ଟା

ଚଳିତ ମାସର ଶେଷ ତାରିଖ ଅର୍ଥାତ ଜାନୁୟାରୀ 31ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ | ତେବେ କରୋନା ଯୋଗୁ ଚଳିତ ବର୍ଷ ଅଧିବେଶନ ୨ଟି ସିଫ୍ଟରେ ବସିବ | ରାଜ୍ୟସଭା ସକାଳ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଏବଂ ଲୋକସଭା ଅପରାହ୍ନ ୪ ଟାରୁ ୯ ଟା ପର୍ଯ୍ୟନ୍ତ ଚାଲିବ।

ଫେବୃୟାରୀ 1ରେ ଆଗତ ହେବ କେନ୍ଦ୍ର ବଜେଟ । ଚଳିତ ବର୍ଷ ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ଏବଂ ମାର୍ଚ୍ଚ ୧୪ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। କୋରୋନା ନିୟମ ଅନୁଯାୟୀ ଉଭୟ ଗୃହକାର୍ଯ୍ୟ ଆରମ୍ଭ ହେବ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ 31 ରେ ଉଭୟ ଗୃହକୁ ସମ୍ବୋଧିତ କରିବେ ।ଏକ ବୁଲେଟିନ ଜାରି କରି କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭା ଚାମ୍ବର ଏବଂ ଗ୍ୟାଲେରୀ କୋରୋନା ମହାମାରୀ ପରେ ସଦସ୍ୟଙ୍କ ବସିବା ପାଇଁ ବ୍ୟବହୃତ ହେବ। ଅଧିବେଶନ ପୂର୍ବରୁ ୧୦ଟା ୩୦ ସୁଦ୍ଧା ସମସ୍ତ ସଦସ୍ୟ ସଂସଦରେ ପହଞ୍ଚିବାକୁ ବୁଲେଟିନରେ କୁହାଯାଇଛି । ଏଥି ସହ ୧୦ଟା ୫୫ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସେଣ୍ଟ୍ରାଲ ହଲରେ ପହଞ୍ଚିବେ |

Related Posts