ଖୁବଶୀଘ୍ର ଦେଶରେ ଆରମ୍ଭ ହେବ ୫ଜି ମୋବାଇଲ ସେବା: ନିର୍ମାଣ ହେବ ୮ ଲକ୍ଷ ଟାୱାର

ଖୁବଶୀଘ୍ର ଦେଶରେ ଆରମ୍ଭ ହୋଇଯିବ ୫ଜି ନେଟୱାର୍କ ସେବା | ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଟେଲିକମ ସଂସ୍ଥାରେ ଅଧିକରୁ ଅଧିକ ଅଭିବୃଦ୍ଧି ଆଣିବାକୁ ପ୍ରୟାସ ଆରମ୍ଭ କରିଦେଇଛି କେନ୍ଦ୍ର | ହାଇସ୍ପିଡ ୫ଜି ନେଟୱାର୍କ ଆରମ୍ଭ ହେବାକୁ ଯାଉଥିବାରୁ କେନ୍ଦ୍ର ସରକାର ଦେଶରେ ଟେଲିକମ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ଆସନ୍ତା ଦୁଇବର୍ଷ ଭିତରେ ଦେଶରେ ୮ ଲକ୍ଷ ନୂଆ ମୋବାଇଲ ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବର୍ତ୍ତମାନ ଲକ୍ଷ୍ୟ ତୁଳନାରେ ଏହା ଦୁଇ ଗୁଣରୁ ଅଧିକ । ପ୍ରତି ୪ଟିରେ ଯେପରି ୩ଟି ଟାୱାର ଅପ୍ଟିକାଲ ଫାଇବର ଜରିଆରେ ସଂଯୋଗ ସୁନିଶ୍ଚିତ କରିବ ତାହା ସରକାର ନିଶ୍ଚିନ୍ତ କରିବେ ବୋଲି ସୂଚନା ମିଳିଛି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବିଚାର ବିମର୍ଶ ଚାଲିଛି । ନୂତନ ପ୍ରଯୁକ୍ତିକୁ ମମର୍ଥନ ଦେବା ଲାଗି ସରକାର ବ୍ୟାପକ ଡିଜିଟାଲ ପରିବେଶ ନିଶ୍ଚିତ କରିବାକୁ ପଦକ୍ଷେପ ନେଉଛନ୍ତି ।ବର୍ତ୍ତମାନ ରାତି ପାହିଲେ ଇଣ୍ଟରନେଟର ଆବଶ୍ୟକତା ରହିଛି । ବିଭିନ୍ନ କାର୍ଯ୍ୟରେ ଇଣ୍ଟରନେଟ ବ୍ୟବହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ସରକାର ଡିଜିଟାଲ ଭିତ୍ତିଭୂମିକୁ ମଜବୁଜ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମ୍ପ୍ରତ୍ତି ଦେଶରେ ୬.୮ ଲକ୍ଷ ଟାୱାର ସ୍ଥାପନ ହୋଇଛି । ୨୦୨୩-୨୪ ମଧ୍ୟରେ ଏହାକୁ ୧୫ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ଶିଳ୍ପ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି ।

Related Posts