କରୋନା ଭୟ: ଭକ୍ତଙ୍କ ପାଇଁ ଆଜିଠୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆରମ୍ଭ ହୋଇଯାଇଛି କଟକଣା । ଆଜିଙ୍କୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏ ସମଲେଶ୍ୱରୀଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ ।

ମନ୍ଦିରରେ କେବଳ କୋଭିଡ୍ ନିମୟ ଅନୁସାରେ ମା’ଙ୍କର ଦୈନନ୍ଦିନ ନୀତିକାନ୍ତି ଚାଲିବ । କେବଳ ମନ୍ଦିର ପୂଜାକ ମା’ଙ୍କର ପୂଜାର୍ଚ୍ଚନା କରିବେ । ସମ୍ୱଲପୁର ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭିଟି ରେଡ୍ ଜୋନରେ ଅଛି ସମ୍ୱଲପୁର ଜିଲ୍ଲା ।

ଅନ୍ୟପଟେ ୨୪ ଘଣ୍ଟାରେ ଆଜି ରାଜ୍ୟରୁ ୭୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୨୯୪୩ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦୭ ଚିହ୍ନଟ ହେଉଛନ୍ତି।

ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୨ ହଜାର ୭୬୯କୁ ବୃଦ୍ଧି ପାଉଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ସୁନ୍ଦରଗଡ଼ରୁ ୧୧୪୭, ସମ୍ବଲପୁରରୁ ୬୦୯, କଟକରୁ ୫୦୫, ମୟୂରଭଞ୍ଜରୁ ୨୦୧, ପୁରୀରୁ ୧୫୬ ଓ ଷ୍ଟେଟ୍ ପୁଲ୍‌ରୁ ୪୮୬ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

Related Posts