କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ବିରୁଦ୍ଧରେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗ, ମନ୍ତ୍ରୀଙ୍କ ଅସ୍ୱୀକାର

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର । ଉଭୟ ଏବେ ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଦୁଇ ଜଣ ବ୍ୟକ୍ତି ।

ଅଭିଯୋଗ ଅନୁସାରେ, ସରକାରୀ ଫାଇଲ କିଛି ଦେଖିବାକୁ ଚାହୁଁଥିବା ନେଇ ପ୍ରଥମେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ଫୋନ୍ ଆସିଥିଲା । ହେଲେ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ଫାଇଲ ନେଇ ଯାଇପାରିବେ ନାହିଁ ବୋଲି ଅକ୍ଷମତା ଦେଖାଇଥିଲେ । ଆଉ ଏହାପରେ ଉଭୟଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ଆସିବାକୁ କୁହାଯାଇଥିଲା । ହେଲେ ଏଥିରେ ବି ଉଭୟ ଅଧିକାରୀ ରାଜି ହୋଇନଥିବା ସେମାନେ ବୟାନ ଦେଇଛନ୍ତି । ପରେ ବିନା ଫାଇଲରେ ଆସି ମନ୍ତ୍ରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ଆଉ ଯେତେବେଳେ ଉଭୟେ ଯାଇ ମନ୍ତ୍ରୀଙ୍କୁ ଦେଖା କଲେ ସେତେବେଳେ ସେମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।

ଚେୟାରରେ ଆକ୍ରମଣ କରାଯାଇଥିବା ନେଇ ବୟାନ ଦେଇଛନ୍ତି ଆହତ ହୋଇଥିବା ବ୍ୟକ୍ତି । ଏନେଇ ଯେତେବେଳେ ସେମାନେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କଲେ ସେତେବେଳେ ଲିଖିତ ଭାବେ ଅଭିଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ପୂର୍ବରୁ ମଧ୍ୟ ଅଧିକାରୀଙ୍କୁ ଧମକ୍ ଓ ଗାଳି ଦେଇ ବିବାଦୀୟ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

Related Posts