କେନ୍ଦ୍ରାପଡା ବାସୀଙ୍କୁ ନୂଆ ବର୍ଷର ଭେଟି ଦେବେ ମୁଖ୍ୟମନ୍ତ୍ରୀ, ୧୫୦୦କୋଟି ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ହେବ ଉଦ୍‌ଘାଟନ ଓ ଶିଳାନ୍ୟାସ

ନବ ବର୍ଷ ପୂର୍ବରୁ କେନ୍ଦ୍ରାପଡା ବାସୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ | ୧୫ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି˚ ମାଧୢମରେ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ ଶୁଭାରମ୍ଭ କରିବା ସହିତ ପାଖାପାଖି ୧୫୨୬କୋଟି ଟଙ୍କା ବ୍ୟୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର ଯୋଜନା ରହିଛି।

ବିଭିନ୍ନ ବିଭାଗ ପକ୍ଷରୁ ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକର ଚୂଡ଼ାନ୍ତ ତାଲିକା ବି ପ୍ରସ୍ତୁତ ସରିଛି। ମ୍ୟୁନିସିପାଲିଟି ଟାଉନ ହଲ୍‌ରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜିଲ୍ଲାର ସା˚ସଦ, ସମସ୍ତ ବିଧାୟକଙ୍କ ସମେତ ଜଣେ ମନ୍ତ୍ରୀ ଏଥିରେ ସାମିଲ୍‌ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରାପଡ଼ା ଜିଲ୍ଳାରେ ସମୁଦାୟ ୩ଲକ୍ଷ ୮ହଜାର ଲୋକ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ପାଇବା ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସେଦିନ ଯୋଜନାର ଶୁଭାରମ୍ଭ କରିବା ସହିତ ୧୫୦୦କୋଟିରୁ ଅଧିକ ବ୍ୟୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବ˚ ଶିଳାନ୍ୟାସ କରିବାର ଯୋଜନା ହୋଇଛି। ସେଥିମଧୢରୁ ୧୮୬କୋଟି ଟଙ୍କାର ୪୮ଟି ପ୍ରକଳ୍ପ ଉଦ୍‌ଘାଟନ ହେବାକୁ ଥିବା ବେଳେ ୧୩୪୦ କୋଟିରୁ ଅଧିକ ବ୍ୟୟରେ ୧୦୪ଟି ପ୍ରକଳ୍ପ ଶିଳାନ୍ୟାସ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି। ଉଦ୍‌ଘାଟନ ହେବାକୁ ଥିବା ତାଲିକାରେ ଜଳସେଚନ ବିଭାଗର ପ୍ରାୟ ୫୮କୋଟିର ୪ଟି ପ୍ରକଳ୍ପ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ୩କୋଟି ୭୮ଲକ୍ଷ ବ୍ୟୟର ୧୦ଟି ପ୍ରକଳ୍ପ, ବିଦ୍ୟୁତ ବିଭାଗର ୫୮.୧୪କୋଟିର ୩ଟି ପ୍ରକଳ୍ପ, ଜଳଯୋଗାଣ ବିଭାଗର ୧୮କୋଟି ୨୭ଲକ୍ଷ ବ୍ୟୟର ୧୪ଟି ପ୍ରକଳ୍ପ, ସାଢେ଼ ସାତ କୋଟିର ଗୋଟିଏ ପୋଲ, ୩୫.୦୯କୋଟି ବ୍ୟୟରେ ୮ଟି କୋଠା, ଭିତ୍ତିଭୂମି ସୁଦୃଢୀକରଣରେ ୪କୋଟି ୭୨ଲକ୍ଷର ୮ଟି ପ୍ରକଳ୍ପ ରହିଛି।

ସେହିପରି ଜଳଯୋଗାଣ ବିଭାଗର ୮୭୨କୋଟିର ୧୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ବେଳେ ଜଳସେଚନ ବିଭାଗର ୬୬କୋଟିର ୬ଟି ପ୍ରକଳ୍ପ, ଡ୍ରେନେଜ୍‌ ବିଭାଗର ୧୩.୬୬କୋଟିର ୫ଟି ପ୍ରକଳ୍ପ, ନଦୀବ˚ଧ ସୁରକ୍ଷା ପାଇଁ ୧୪.୪୪କୋଟିର ୩ଟି ପ୍ରକଳ୍ପ, ଭିତ୍ତିଭୂମି ସୁଦୃଢ଼ୀକରଣରେ ୧୭.୭୮କୋଟିର ୯ଟି ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗର ୧୧.୨୪କୋଟିର ୩ଟି ପ୍ରକଳ୍ପ, ଶିକ୍ଷା ବିଭାଗର ୧୮.୬୮କୋଟିର ୨ଟି ପ୍ରକଳ୍ପ ଶିଳାନ୍ୟାସ ତାଲିକାରେ ରହିଛି। ଅନୁରୂପ ଭାବେ ୧୫୨.୬୦କୋଟି ବ୍ୟୟରେ ୨୪ଟି ରାସ୍ତା, ୧୧୮.୫୭କୋଟିର ୪ଟି ପୋଲ, ୫୫.୦୩କୋଟିର ୨୯ଟି କୋଠା ନର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସ˚ପର୍କରେ ଅଧିକ ସୂଚନା ଦେଇ ଡିଆରଡିଏ ପିଡି ରାଜେନ୍ଦ୍ର ପଣ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି˚ ମାଧୢମରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସେଦିନ ମ˚ଚରେ ୨୦ଜଣଙ୍କୁ କାର୍ଡ ପ୍ରଦାନ କରିବେ। ଏହାପରେ ୧୬ତାରିଖରୁ ଅନ୍ୟ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟାଯିବ। ସେହିପରି ଉଦ୍‌ଘାଟନ ଏବ˚ ଶିଳାନ୍ୟାସ ହେବାକୁ ଥିବା ୧୫୦୦ରୁ ଅଧିକ କୋଟିର ବିଭିନ୍ନ ବିଭାଗର ୧୫୨ଟି ପ୍ରକଳ୍ପ ଚୂଡ଼ାନ୍ତ ହୋଇଥିବା ଶ୍ରୀ ପଣ୍ତା ସୂଚନା ଦେଇଛନ୍ତି।

Related Posts