କ୍ୟାଲେଣ୍ଡରକୁ ନେଇ ଚର୍ଚାରେ ଜଣେ ସହକାରୀ ପ୍ରଫେସର, ଭଗବାନ ରାମଙ୍କ ସ୍ଥାନରେ ଲଗାଇଲେ ନିଜ ଫଟୋ

ଚର୍ଚାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଜଣେ ସହକାରୀ ପ୍ରଫେସର | ବିବାଦୀୟ କ୍ୟାଲେଣ୍ଡରକୁ ନେଇ ଏବେ ଚର୍ଚାର ପରିସରକୁ ଆସିଛନ୍ତି ଏହି ପ୍ରଫେସର | ସେ ଭଗବାନ ରାମଙ୍କ ସ୍ଥାନରେ ନିଜର ଫଟୋ ଏବଂ ମା’ ସୀତାଙ୍କ ସ୍ଥାନରେ ନିଜର ପତ୍ନୀଙ୍କ ଫଟୋକୁ ଉପସ୍ଥାପିତ କରିଛନ୍ତି । ଏହାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟର ଭିଜୁଆଲ ଆର୍ଟ ବିଭାଗ ଗତ ୫ ତାରିଖରେ ଏକ ପ୍ରଦର୍ଶନୀ ଆରମ୍ଭ କରିଥିଲେ । ଏହା କଳା ସଂପର୍କିତ ପ୍ରଦର୍ଶନୀ ଅଟେ, ଯାହାକି ଏକ ମାସ ଯାଏଁ ଜାରି ରହିବ । ଏଥିରେ ବିଭାଗର ସହକାରୀ ପ୍ରଫେସର ଅମରେଶ କୁମାର କ୍ୟାଲେଣ୍ଡର ଆର୍ଟର ପ୍ରଦର୍ଶନରେ ଭଗବାନ ରାମଙ୍କ ମୁହଁରେ ନଜର ଓ ସୀତାଙ୍କ ସ୍ଥାନରେ ନିଜର ପତ୍ନୀଙ୍କ ମୁହଁ ଲଗାଇଛନ୍ତି । ଏହି ଫଟୋ ଲୋକଲୋଚନକୁ ଆସିବା ପରେ ଅଭିଯୋଗ ହୋଇଛି ।

ପ୍ରଫେସର ଅମରେଶ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଆଜକୁ ୧୦ ବର୍ଷ ପୂର୍ବରୁ ଦିଲ୍ଲୀରେ ମଧ୍ୟ ସେ ଏହି ଭଳି କ୍ୟାଲେଣ୍ଡର ପ୍ରଦର୍ଶନୀରେ ଲଗାଇଥିଲେ । ତାଙ୍କ କହିବା ଅନୁସାରେ ଏହା ଆସ୍ଥାର ମାମଲା । ସେ ଓ ତାଙ୍କ ପରିବାର ଭଗବାନ ରାମଙ୍କ ବଡ଼ ଭକ୍ତ କୁହନ୍ତି ।

Related Posts