ନିର୍ବାଚନୀ ହିଂସା: କ୍ଷୋଭ ପ୍ରକାଶ କଲେ ପିସିସି ସଭାପତି

ପଂଚାୟତ ନିର୍ବାଚନ କୁ ନେଇ ବଢୁଛି ନିର୍ବାଚନୀ ହିଂସା | ରାଜ୍ୟରେ ନିର୍ବାଚନୀ ହିଂସା ଘଟଣା ବଢୁଥିବା ବେଳେ, ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି | ଅସୁସ୍ଥତା ଯୋଗୁଁ ପଂଚାୟତ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସି ରାଜନୈତିକ ହିଂସାକୁ ନେଇ ବର୍ଷିଛନ୍ତି |

ଗୋଟିଏରେ ବାଗଚି ଦମ୍ପତିଙ୍କ ସୁପରସ୍ପେଶାଲିଟି ହସ୍ପିଟାଲ ପାଇଁ ୪୨୫ କୋଟିର ଦାନ । ଏବଂ ଅନ୍ୟଟିରେ ନିଜ ବ୍ୟବସାୟର ବ୍ରାଣ୍ଡିଂ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ଖବର । ଦୁଇଟି କଥାକୁ ତୁଳନା କରି ସେ ରାଜନୀତିରେ କିଭଳି ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିବାରେ ଲାଗିଛି ତାହା ପ୍ରକାଶ କରିଛନ୍ତି । ସେହିପରି ସୋରରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ ଘଟଣା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ନେତାଙ୍କ ଦ୍ୱାରା ଏଭଳି ହିଂସାକାଣ୍ଡ ହେଉଥିବାରୁ ନିନ୍ଦା କରିଛନ୍ତି ପିସିସି ସଭାପତି ।

ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ଙ୍କ ହିଂସାକାଣ୍ଡ କଥା ଉଠେଇଲେ ପିସିସି ସଭାପତି । ସୋରରେ ବୃଦ୍ଧ ଲୋକଙ୍କୁ ଆକ୍ରମଣ କରାଗଲା, ଯାହା ନିନ୍ଦନୀୟ । ଆଉ ଏସବୁ ହିଂସାକାଣ୍ଡ ନେତାଙ୍କ ଦ୍ଵାରା ହିଁ ହେଉଛି । ଯେପରି ଭାବେ ରାଜନୀତି ହେଉଛି ସେଥିରୁ ଗଣତନ୍ତ୍ର ନଥିବା ଭଳି ଲାଗୁଛି । ଆଜି ଯାଏ ମୁଁ ପ୍ରଚାରକୁ ଯାଇନି । କିନ୍ତ ଅତ୍ୟାଚାର ହୋଇଥିବା ଲୋକଙ୍କୁ ଭେଟିବାକୁ ସୋର ଯିବି । ଏଥିସହ ମୋର ଅନୁରୋଧ ନାଗରିକମାନଙ୍କୁ, ଯେଉଁମାନଙ୍କ ଚରିତ୍ର ଭଲ ଥିବ, ସେହି ପ୍ରାର୍ଥୀମାନଙ୍କୁ ଭୋଟ୍ ଦିଅନ୍ତୁ ଏବଂ ତାଙ୍କୁ ଜୟଯୁକ୍ତ କରିବା ପାଇଁ ନିଜର ବହୁମୂଲ୍ୟ ମତଦାନ କରିବାକୁ ନିବେଦନ କରିଛନ୍ତି |

Related Posts