ରାୟଗଡ଼ା,(ସତ୍ୟପାଠବ୍ୟୁରୋ ): ଖୋଲିଲା ମାଆ ମଝିଘରିଆଣୀଙ୍କ ହୁଣ୍ଡି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି କରାଯାଇଛି। ତହସିଲଦାରଙ୍କ ତତ୍ତ୍ୱାବଧାନ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଗଣତି ଚାଲିଥିବା ବେଳେ ଏଥିରେ ପ୍ରା୍ୟ ୧୦୦ ସ୍ବେଚ୍ଛାସେବୀ ମହିଳା ସାମିଲ ହୋଇଛନ୍ତି। ମନ୍ଦିରର ୯ଟି ଦାନ ହୁଣ୍ଡି ଗୋଟିଏ ପରେ ଗୋଟିଏ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ଗତ ୨୯ ଜୁନରେ ମଧ୍ୟ ଗଣତି କରାଯାଇଥିଲା। ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା ଗଣତି। ଦାନ ହୁଣ୍ଡିରୁ ୧ କୋଟି ୨୬ ଲକ୍ଷ ୨୬ ହଜାର ୮୫୪ ଟଙ୍କା ସଂଗ୍ରହ କରାଯାଇଥିଲା। ନଗଦ ଟଙ୍କା ସହ ସୁନା, ରୂପା, ବିଦେଶୀ ମୁଦ୍ରା ଏବଂ ୟୁପିଆଇ ମାଧ୍ୟମରେ ମଧ୍ୟ ବିପୁଳ ଦାନ ମିଳିଥିଲା। ଦୁଇ ମାସର ବ୍ୟବଧାନରେ ପୁଣି ହୁଣ୍ଡି ଖୋଲାଯାଇଥିବାରୁ ପୂର୍ବ ଥର ଅପେକ୍ଷା କମ୍ ଅର୍ଥ ବାହାରିବ ବୋଲି ଅନୁମାନ କରାଯାଉଛି। ସ୍ୱଚ୍ଛତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣତି ସ୍ଥାନରେ ସିସିଟିଭି ଲଗାଯାଇଛି।