ଗଛରେ ପିଟିହେଲା ପିକଅପ୍ ଭ୍ୟାନ୍: ୬ ମୃତ, ୧୦ରୁ ଅଧିକ ଗୁରୁତର

କନ୍ଧମାଳ ଜିଲ୍ଲା ବାଲିଗୁଡା କୋଟଗଡ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା କୋଟଗଡ ସୁବର୍ଣ୍ଣଗିରି ଖହମଗୁଡା ଛକରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋଟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Related Posts