ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସର ସହାୟତାରେ ଆରଆର ଓ ସିଆରପିଏଫର ମିଳିତ ଅପରେସନ ଏକ ସଫଳତା ଆଣିଛି | ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର ଗିରଫ ହୋଇଛି । ଦୀର୍ଘ 2 ବର୍ଷ ହେବ ଲୁଚ କାଳି ଖେଳିବା ପରେ ଏବେ ହାତରେ ଲାଗିଛି | ଜୁନ ୩ରୁ ଆରମ୍ଭ ହୋଇଥିବା ଏହି ଅପରେସନକୁ ଶେଷରେ ସଫଳତା ମିଳିଛି |

ଗରିଫ ଆତଙ୍କୀ ଜଣଙ୍କ ହେଲା ତାଲିବ ହୁସେନ । ସେ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ କମାଣ୍ଡର । ଏ ନେଇ ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ସୂଚନା ଦେଇଛନ୍ତି । ତାଲିବ ଯୁବକଙ୍କ ବ୍ରେନ ୱାସ କରି ସେମାନଙ୍କୁ ମୋହରା କରି ଘାଟିରେ ହିନ୍ଦୁଙ୍କୁ ଟାର୍ଗେଟ କରୁଥିଲା । ଅନେକ ବୋମା ବିସ୍ଫୋରଣ କାର୍ଯ୍ୟରେ ତାଲିବର ସମ୍ପୃକ୍ତି ଥିବା ଜଣାପଡିଛି । ତାକୁ କାବୁ କରିବା ପାଇଁ ସୁରକ୍ଷା ବାହିମୀ ଅପରେସନ ଜୋରଦାର କଲା ସେ ବେଙ୍ଗାଲୁରୁକୁ ପଳାୟନ କରିଥିଲା ।ସେ ପତ୍ନୀ ଓ ପିଲାଙ୍କୁ ନେଇ ବେଙ୍ଗାଲୁରୁ ଚାଲି ଆସିଥିଲା । ଜଣେ ଅଟୋ ଚାଳକ ଭାବେ ସାଧାରଣ ଜୀବନଯାପନ କରୁଥିଲା ତାଲିବ ହୁସେନ । ଗୁଇନ୍ଦାରୁ ଖବର ପାଇ ତାକୁ ଧରିବାରେ ସଫଳ ହୋଇଛି ସୁରକ୍ଷାବଳ । ସ୍ଥାନୀୟ ପୋଲିସ ତାଲିବ ହୁସେନର ଗତିବିଧି ଉପରେ ନଜର ରଖି ଟିକନିକ ଖବର ସଶସ୍ତ୍ର ବାହିନୀକୁ ଦେଉଥିଲା ।