ଗୁଜରାଟରେ ୨ଜଣ ‘ଓମିକ୍ରନ୍‌’ ପଜିଟିଭ୍‌ ଚିହ୍ନଟ , ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ରଙ୍ଗ ବଦଳାଉଥିବା କୋରୋନା ଏବେ ନୂଆ ରୂପରେ ଲୋକଙ୍କୁ ଭୟଭୀତ କରାଉଛି । ଲୋକଙ୍କ ମଧ୍ୟରେ ଏବେ ଓମିକ୍ରମ ଆକ୍ରାନ୍ତ ଙ୍କ ସଂଖ୍ୟାକୁ ନେଇ ଚିନ୍ତା ବଢ଼ି ଯାଇଛି । ଡିସେମ୍ବର ୪ ତାରିଖରେ ଗୁଜରାଟରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ‘ଓମିକ୍ରନ୍‌ କରୋନାଭାଇରସ୍‌’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଆଉ ଦୁଇଜଣ ‘ଓମିକ୍ରନ୍‌ କରୋନା ଭାଇରସ୍‌’ ପଜିଟିଭ୍‌ ବାହାରିଛନ୍ତି। ଏହାକୁ ମିଶାଇ ଭାରତରେ ସମୁଦାୟ ‘ଓମିକ୍ରନ୍‌’ ପଜିଟିଭ୍‌ ସଂଖ୍ୟା ୨୫ରେ ପହଞ୍ଚିଛି।

ଜିମ୍ବାୱେ ଯାତ୍ରାରୁ ଗୁଜରାଟର ଜାମନଗରକୁ ଫେରିଥିବା ଜଣେ ବ୍ୟକ୍ତି ଡିସେମ୍ବର ୪ ତାରିଖରେ କରୋନାଭାଇରସ୍‌ର ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ଡିସେମ୍ବର ୪ ତାରିଖ ଦିନ ପରୀକ୍ଷାରୁ ଜଣାପଡ଼ିଥିଲା। ନୂଆ ସଂକ୍ରମଣ ସବୁ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ବୋଲି ଜଣାପଡ଼ିଛି।

Related Posts