ସାମ୍ନାକୁ ଆସିଲା ଗୁଗୁଲ ସର୍ଚ୍ଚ-୨୦୨୧ ରିପୋର୍ଟ

ଆଉ ମାତ୍ର କିଛି ଦିନ ପରେ 2021 କୁ ବିଦାୟ ଦେଇ 2022 କୁ ସ୍ଵାଗତ କରିବା । ତେବେ 2021 ବର୍ଷ କିଛି କିଛି ସ୍ମୃତି ଆମ ପାଖରେ ଛାଡି ଯାଇଛି । ୨୦୨୧ରେ ଭାରତର ସୁବୁଠୁ ଅଧିକ ‘ସର୍ଚ୍ଚ ଟ୍ରେଣ୍ଡ୍‌’ ସହ ଗୁରୁବାର ଦିନ ‘ଗୁଗଲ୍‌ ଇଣ୍ଡିଆ’ ତା’ର ‘ଇୟର୍‌ ଇନ୍‌ ସର୍ଚ୍ଚ ୨୦୨୧’ର ଫଳାଫଳ ଘୋଷଣା କରିଛି । ଏ ବର୍ଷ ତମାମ ଭାରତୀୟମାନେ ସବୁଠୁ ଅଧିକ ‘ସର୍ଚ୍ଚ’ କରିଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି- ଖବର, କ୍ରୀଡ଼ା, ମନୋରଞ୍ଜନ ଏବଂ ଆହୁରି କିଛି ବିଷୟ । ପ୍ରତିବର୍ଷ ସାରା ବିଶ୍ୱରେ କରାଯାଇଥିବା ସର୍ଚ୍ଚ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାଏ । ସେହିପରି କମ୍ପାନୀ ସ୍ତରରେ କରାଯାଇଥିବା ସର୍ଚ୍ଚ ତାଲିକା ମଧ୍ୟ ଅଲଗା ଭାବେ ପ୍ରକାଶ କରିଥାଏ ।

ଗୁଗୁଲର ପ୍ରକାଶିତ ତଥ୍ୟନୁସାରେ, ଚଳିତ ବର୍ଷ ଭାରତରେ ଇଣ୍ଟରନେଟରେ ଇଣ୍ଡିଆ ପ୍ରମିୟର ଲିଗ୍, କୌୱିନ୍ ଓ ଆଇସିସି ଟି-୨୦ ବିଶ୍ୱକପ୍ ସବୁଠୁ ଅଧିକ ଟ୍ରେଣ୍ଡ କରିଥିଲା । ଏହା ଭାରତରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ଥିଲା ।

ସେହିପରି ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ମୁଭି ମଧ୍ୟରେ ଜୟ ଭୀମ, ଶେରଶାହ ଓ ରାଧେ ଆଗରେ ରହିଥିଲା । ନ୍ୟୁଜ ଇଭେଣ୍ଡ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ , ଆଫଗାନିସ୍ତାନ ଖବର ଓ ବ୍ଲାକ୍ ଫଙ୍ଗସର ଅପଡେଟକୁ ନେଇ ଭାରତୀୟମାନେ ଇଣ୍ଟରନେଟରେ ଅଧିକ ସର୍ଚ୍ଚ କରିଥିବା ଗୁଗଲ ତାଲିକାରେ ଦର୍ଶାଯାଇଛି । ସେହିପରି ନିରଜ ଚୋପ୍ରା, ଆର୍ଯ୍ୟାନ ଖାନ୍ ଓ ଶେହନାଜ ଗିଲ୍ ବ୍ୟକ୍ତିତ୍ୱ ତାଲିକାରେ ହେଡ୍ ଲାଇନରେ ଥିଲେ । ବିଶ୍ୱ ସ୍ତରରେ ଟ୍ରେଣ୍ଡ କରିଥିବା ସର୍ଚ୍ଚ ମଧ୍ୟରେ ଭାରତ ବନାମ ଅଷ୍ଟ୍ରେଲିଆ, ଭାରତ ବନାମ ଇଂଲଣ୍ଡ ଏବଂ ଆଇପିଲ କ୍ରିକେଟ୍ ମ୍ୟାଚ୍ ସବୁଠୁ ଆଗରେ ରହିଥିଲା । ଏପରିକି ଏହା କ୍ରୀଡାପ୍ରେମୀଙ୍କ ମଧ୍ୟରେ ଏନବିଏ ଓ ୟୁରୋ-୨୦୨୧କୁ ପଛରେ ପକାଇ ଦେଇଥିଲା । ସେହିପରି ଗ୍ଲୋବାଲ ନ୍ୟୁଜ ଷ୍ଟୋରୀ ମଧ୍ୟରେ ଆଫଗାନିସ୍ତାନ, ଏଏମସି ଷ୍ଟକ୍ସ ଓ କୋଭିଡ୍-୧୯ ଭ୍ୟାକ୍ସିନ୍ ଅଧିକ ଟ୍ରେଣ୍ଡ କରିଥିଲା ।

ଭାରତରେ ଟପ୍ ଟ୍ରେଣ୍ଡ ତାଲିକା : ଇଣ୍ଡିଆନ ପ୍ରିମିୟର ଲିଗ୍, କୋୱିନ୍ , ଆଇସିସି ଟି-୨୦ ବିଶ୍ୱକପ୍, ୟୁରୋ କପ୍ , ଟୋକିଓ ଅଲିମ୍ପିକ୍ସ

ଟପ୍ ଟ୍ରେଣ୍ଡ ମୁଭି : ଜୟ ଭୀମ, ଶେରଶାହ, ରାଧେ, ବେଲ୍ ବଟମ୍, ଏଟରନାଲ

ନ୍ୟୁଜ୍ ଇଭେଣ୍ଟ : ଟୋକିଓ ଅଲିମ୍ପିକ୍ସ, ବ୍ଲାକ୍ ଫଙ୍ଗସ୍, ଆଫଗନିସ୍ତାନ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ବାତ୍ୟା ତୌକତେ

ବ୍ୟକ୍ତିତ୍ୱ : ନୀରଜ ଚୋପ୍ରା, ଆର୍ଯ୍ୟନ ଖାନ୍, ଶେହନାଜ୍ ଗିଲ୍ , ରାଜ କୁନ୍ଦ୍ରା, lଏଲନ୍ ମସ୍କ

ରେସିପି : ଏନୋକି ମସରୁମ୍ , ମୋଡାକ୍ , ମେଥି ମଟର ମଲାଇ, ପାଳଙ୍ଗ, ଚିକେନ୍ ସୁପ୍

Related Posts