ରାଜଧାନୀରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ

ରାଜଧାନୀର ରାଜରାସ୍ତାରେ ଛାତ୍ର କଂଗ୍ରେସ । ପୋଲିସ ଓ ଉଭୟଙ୍କ ମଧ୍ୟରେ ପେଲାପେଲି ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭକରାଯାଇଥିଲା । ବିଧାନସଭା ଘେରାଉ ବେଳେ ପୁଲିସର ଲାଠିମାଡ଼ କରିଥିବାର ଖବର ମିଳିଛି। ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ ବେଳେ ପୁଲିସ ଲାଠିମାଡ଼ କରିଥିଲା। ଏଥିରେ କିଛି କର୍ମୀଙ୍କ ମୁଣ୍ଡଫାଟିଥିବାର ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, କଂଗ୍ରେସ ଦଳୀୟ କାର୍ଯ୍ୟାଳୟ ଭିତରେ ପଶି ବି ପୁଲିସ କଂଗ୍ରେସ କର୍ମୀମାନଙ୍କୁ ପିଟିଥିବା ଜଣାଯାଇଛି।

Related Posts