ଗୋଟିଏ ଦିନରେ ୩୦ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଯାହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଆଜି ଗୋଟିଏ ଦିନରେ ଚିହ୍ନଟ ହେଲେଣି ୩୦ । ଆଜି ତେଲେଙ୍ଗାନାରୁ ୧୨ , ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଓ କେରଳରୁ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି । ତେଲେଙ୍ଗାନାରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ଜଣ ଆଟ ରିସ୍କ ଦେଶରୁ ଫେରିଥିବାବେଳେ ଅନ୍ୟ ୧୦ ଜଣ ବାହାର ଦେଶରୁ ଫେରିଛନ୍ତି ।
ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ମୁମ୍ବାଇ, ୩ ସତାରା ଓ ଜଣେ ପୁନେରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ବିମାନବନ୍ଦରରେ ସ୍କ୍ରିନିଂବେଳେ ୪ଜଣ ଚିହ୍ନଟ ହୋଇଛନ୍ତି । ୨ଜଣ ଦକ୍ଷିଣ ଆଫ୍ରିକାରୁ ଫେରୁଥିଲେ, ଜଣେ ତାଞ୍ଜାନିଆ ଓ ଅନ୍ୟ ଜଣେ ୟୁକେରୁ ଫେରୁଥିଲେ । ସବୁଠାରୁ ବଡ କଥା ହେଉଛି, ସମସ୍ତେ ଟିକା ନେଇଥିଲେ ଓ ସେମାନଙ୍କ ନିକଟରେ ଲକ୍ଷଣ ଜଣାପଡୁଥିଲା ।

Related Posts