ଫିଲିପାଇନ୍ସରେ ତୋଫାନ ‘ରାୟ’ର କରାଳ ତାଣ୍ଡବ, ନେଲା ୨୩ ଜୀବନ

ଫିଲିପାଇନ୍ସରେ ତୋଫାନ ‘ରାୟ’ ରଚିଛି ତାଣ୍ଡବ । ଫଳରେ ଏହି କରାଳ ତାଣ୍ଡବ ଲୀଳା ରେ 23 ଜଣଙ୍କ ମୃତ୍ୟୁ ଘଟିଛି । ଘଂଟାପ୍ରତି ୧୯୫ କିଲୋମିଟର ବେଗରେ ପବନ ବହିବାରୁ ବହୁ ଘରଦ୍ୱାର ଭାଙ୍ଗି ଯାଇଥିଲା ।

ଏହି ତୋଫାନ ପୂର୍ବରୁ ୩ ଲକ୍ଷ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ଥାନକୁ ନିଆଯାଇଥିଲା । ହେଲେ କିଛିି ଲୋକ ରହିଯାଇଥିଲେ । ରାୟ ତୋଫାନ ଫଳରେ ଘଂଟା ପ୍ରତି ୧୯୫ ରୁ ୨୭୦ କିଲୋମିଟର ବେଗରେ ପବନ ବହିଥିଲା । ଏନେଇ ରାଷ୍ଟ୍ରୀୟ ପୋଲିସ କହିଛି କି ଏହି ତୋଫାନରେ ଅତିକମରେ ୨୩ ଜଣ ଲୋକଙ୍କର ଜୀବନ ଯାଇଛି । ହେଲେ ଏହାର ବିସ୍ତୃତ ସୂଚନା ମିଳିପାରି ନାହିଁ । ସର୍ବାଧିକ ମୃତକ ଗ୍ରାମୀଣ ଅଞ୍ଚଳର ବୋଲି କୁହାଯାଇଛି । ସେମାନଙ୍କର ମୃତ୍ୟୁ ମୁଖ୍ୟତ ଗଛ ପଡିବାରୁ ହୋଇଛି ।

Related Posts