ଗୋଟିଏ ଦିନ ବି ତିଷ୍ଟିଲାନି ବିବାହ ! ଛାଡପତ୍ର ନେଇ ସବୁଠୁ ଛୋଟ ବିବାହ ଭାବେ କଲା ରେକର୍ଡ

ବିବାହ ସାତ ଜନ୍ମର ବନ୍ଧନ । ସାତ ଜନ୍ମ ପାଇଁ ପରସ୍ପର ର ଜୀବନ ସାଥି ହୋଇ ରହିବା ପାଇଁ ପରସ୍ପରକୁ ଦେଇଥାନ୍ତି ପ୍ରତିଶୃତି | ମାତ୍ର ଏହି ବିବାହ ଓ ବିବାହ ବିଚ୍ଛେଦ ବହୁତ କଷ୍ଟ କର ଥିବା ବେଳେ, ଅନେକ ସମୟରେ ବିବାହ ବିଚ୍ଛେଦର ଖବର ସାମ୍ଙ୍କୁ ଆସିଛି | ଉଭୟଙ୍କ ମଧ୍ୟରେଥିବା ସମ୍ପର୍କ ର ଫାଟକ ବିବାହ ବିଛେଦରେ ମୁଖ୍ୟ କାରଣ ପାଲଟି ଥାଏ | ତେବେ କିନ୍ତୁ ଏପରି ଏକ ବିବାହ ବିଚ୍ଛେଦ ଖବର ସାମ୍ନାକୁ ଆସିଛି ଯାହାକୁ କଳ୍ପନା କରିବା କଷ୍ଟକର | ଏହି ବନ୍ଧନ ଏତେ ଶିଘ୍ର ଯେ ତୁଟିଯିବ ଏହା କେହି କଳନା କରିନପାରନ୍ତି । ଆବୁଧାବିର ଏପରି ଘଟଣା ସାମ୍ନାକୁ ଆସିଛି । ବିବାହର ଗୋଟିଏ ଦିନ ପରେ ବିଚ୍ଛେଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିବାହର ଗୋଟିଏ ଦିନ ପରେ ଏଠାରେ ସ୍ୱାମୀ – ସ୍ତ୍ରୀ ଛାଡପତ୍ର ନେଇଛନ୍ତି ।

ଏହା ସହ ଏହି ବିବାହ ସଂଯୁକ୍ତ ଆରବ ଏମିରେଟ୍ସର ସବୁଠାରୁ ଛୋଟ ବିବାହ ଭାବେ ରେକର୍ଡ କରିଛି ଓ ପଞ୍ଜିକୃତ ମଧ୍ୟ ହୋଇଛି ।

ୟୁଏଇର ନ୍ୟାୟ ମନ୍ତ୍ରଣାଳୟ ଗତ ବର୍ଷ ଘଟିଥିବା ଏହି ଛାଡପତ୍ର ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିଛନ୍ତି । ପରିସଂଖ୍ୟାନ ଅନୁଯାୟୀ, ୨୦୨୧ ୟୁଏଇରେ ୬୪୮ ଛାଡପତ୍ର ମାମଲା ପଂଜିକୃତ ହୋଇଥିଲା । ସବୁଠୁ କମ୍ ସମୟ ବିବାହ ଗୋଟିଏ ଦିନର ଏବଂ ଦୀର୍ଘ ଦିନର ବିବାହ ସମୟ ୪୭ ବର୍ଷର ଥିଲା । ତେବେ, ବିବାହର ୪୭ ବର୍ଷ ପରେ ଅଲଗା ହୋଇଥିବା ଦମ୍ପତ୍ତି ୟୁଏଇର ମୂଳ ବାସିନ୍ଦା ନଥିଲେ । ତଥ୍ୟ ମୁତାବକ, ୩୧୧ ଛାଡପତ୍ର ମାମଲା ୟୁଏଇ ଦମ୍ପତ୍ତିଙ୍କ ସହ ଜଡିତ ଥିବାବେଳେ ୧୯୪ ଟି ମାମଲା ବିଦେଶିଙ୍କ ସହ ଜଡିତ ଥିଲା ।

Related Posts