ବାଲ୍ୟ ବିବାହ: 35 ବର୍ଷୀୟ ଯୁବକକୁ 12 ବର୍ଷୀୟ ଝିଅ

ହାଇଦ୍ରାବାଦ: ଦେଶରେ ଏବେ ବି ଅନେକ ସ୍ଥାନରେ ବାଲ୍ୟ ବିବାହ ପ୍ରଥା ଜାରି ରହିଛି | ପୋଲିସ ଓ ପ୍ରଶାସନର ଅନେକ ସଚେତନତା ପରେ ମଧ୍ୟ ଏହି କୁତ୍ସିତ ଚିନ୍ତାଧାରାରୁ ବାହାରକୁ ଆସି ପାରୁନାହାନ୍ତି ସାଧାରଣ ଲୋକ |

ତେବେ ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ପପିରେଡ୍ଡୀ ଗୁଡା ଅଞ୍ଚଳରୁଭି ଆସିଛି ବାଲ୍ୟ ବିବାହ ନେଇ ଖବର | ଜନ୍ମଦିନ ଉତ୍ସବ ବାହାନାରେ ଚାଲିଥିଲା ବାଲ୍ୟ ବିବାହ । 35 ବର୍ଷୀୟ ଯୁବକଙ୍କୁ ବିବାହ କରୁଥିଲେ 12 ବର୍ଷୀୟା ନାବାଳିକା । ବାପାମାଆ ନିଜ ନାବାଳିକା ଝିଅକୁ ଜୋର ଜବରଦସ୍ତ ବାହାଘର କରୁଥିଲେ । ହେଲେ ଝିଅଟି ଏ ବାବଦରେ ନିଜ ସମ୍ପର୍କୀୟ ଏବଂ ଗାଁ ଲୋକଙ୍କୁ ଖବର ଦେବା ପରେ ବିବାହକୁ ଅଧାରୁ ବନ୍ଦ କରିଛି ସମନ୍ବିତ ଶିଶୁ ବିକାଶ ଯୋଜନା। ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ପପିରେଡ୍ଡୀ ଗୁଡା ଅଞ୍ଚଳରୁ ବାଲ୍ୟ ବିବାହର ଏ ଘଟଣା ସାମ୍ନାକୁ ଆସିଛି ।

ନାବାଳକିକୁ ବିବାହ କରୁଥିଲେ 35 ବର୍ଷୀୟ ବ୍ୟକ୍ତି, ପହଞ୍ଚିଲା ପୋଲିସନାବାଳକିକୁ ବିବାହ କରୁଥିଲେ 35 ବର୍ଷୀୟ ବ୍ୟକ୍ତି, ପହଞ୍ଚିଲା ପୋଲିସସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକାର ବାପାମାଆ ଯାଯାବର ଭଳି ଜୀବନ ବିତାନ୍ତି । ଜୀବନ ଧାରଣ ପାଇଁ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରି ବୁଲିଥାନ୍ତି । ଏହି କାରଣ ଯୋଗୁଁ ସେ ନିଜ 12 ବର୍ଷୀୟା ଝିଅର ବିବାହ କରାଇଦେବାକୁ ଚାହୁଁଥିଲେ । ସ୍ଥାନୀୟ ବେଲିଜରଲା ଗ୍ରାମର ଜଣେ 35 ବର୍ଷୀୟ ଯୁବକଙ୍କ ସହ ଝିଅର ବିବାହ ଠିକ୍ ହୋଇଥିଲା । ହେଲେ ନାବାଳିକା ଜଣକ ବିବାହ କରିବାକୁ ଚାହୁଁନଥିଲେ ।ସେଥିପାଇଁ ସେ ଘର ଛାଡି ନିଜ ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲେ । କିନ୍ତୁ ଝିଅ ପଛେ ପଛେ ବାପାମାଆ ସମ୍ପର୍କୀୟଙ୍କ ଘରେ ପହଞ୍ଚି ସେଠାରେ ପାଟିତୁଣ୍ଡ କରିବା ସହ ଝିଅକୁ ଘରକୁ ନେଇଆସିଥିଲେ । ଏହାପରେ ସମ୍ପର୍କୀୟ ICDS କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ଅଭିଯୋଗ ଆଧାରରେ ICDS ଅଧିକାରୀ ପୋଲିସ ସହ ନାବାଳିକାର ଘରେ ପହଞ୍ଚିଥିଲା ଏବଂ ତାଙ୍କୁ ଉଦ୍ଧାର କରିଛି ।

Related Posts