ଗ୍ରୁପ କ୍ୟାପଟେନ ବରୁଣି ସିଂହଙ୍କ ଆଜି ହେବ ଶେଷକୃତ୍ୟ

ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣା ଘଟଣା ରେ ଶେଷ ଜୀବିତ ଥିବା ଗ୍ରୁପ କ୍ୟାପଟେନ ବରୁଣି ସିଂହ ଶେଷରେ ଆଖି ବୁଜିଛନ୍ତି | ଗତକାଲି ତାଙ୍କ ପାର୍ଥିବ ଶରୀର ବେଙ୍ଗାଲୁରୁରୁ ଭୋପାଳ ନିଆଯାଇଛି । ବିମାନବନ୍ଦରରୁ ବରୁଣଙ୍କ ପାର୍ଥିବ ଶରୀରକୁ ସନସିଟି କଲୋନୀରେ ତାଙ୍କ ବାସଭବନକୁ ନିଆଯିବ । ଆଜି ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ସୂଚାନଯୋଗ୍ୟ, ଗତକାଲି ବେଙ୍ଗାଲୁରୁରେ ଚିକିତ୍ସାଧୀନ ଥିବା ହସ୍ପିଟାଲରେ ତାଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ ଆଜି ଭୋପାଳ ଅଣାଯାଇଥିଲା । ପାର୍ଥିବ ଶରୀର ଭୋପାଳ ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନା ଅଧିକାରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।ବରୁଣଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ତାଙ୍କ ନାମରେ କୌଣସି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ସରକାର ବିଚାର କରୁଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ବରୁଣଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

Related Posts