ଦାରିଙ୍ଗବାଡ଼ି ବୁଲିବା ହେଲା କାଳ, ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍

କଳିଙ୍ଗା ଘାଟିରେ ଦୁର୍ଘଟଣା | ପଶ୍ଚିମବଙ୍ଗର ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍ ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସି ଫେରୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା | ଅନ୍ଧରକୋଟ ବୁଲାଣି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ଗତ ରାତିରେ କନ୍ଧମାଳ ଜିଲ୍ଲା ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଘଟିଛି ।

ଘଟଣା ଘଟିବା ପରେ, ସଙ୍ଗେସଙ୍ଗେ ଜି. ଉପୟଗିରି, ଭଞ୍ଜନଗର ପୁଲିସ୍ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ଆହତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା । ଆହତଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାଯାଇଛି । ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି । ସମସ୍ତ ଆହତଙ୍କୁ ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Posts