ଘରୋଇ କଲେଜରେ ୬ ଜଣ ଛାତ୍ର ପଜିଟିଭ ଚିହ୍ନଟ

ଶିକ୍ଷାନୁଷ୍ଠାନରେ ପ୍ରବେଶ କରିଛି କରୋନା | ପୁଣି ଏକ ଘରୋଇ କଲେଜରେ ଛାତ୍ରମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଧନକଉଡା ସ୍ଥିତ ଘରୋଇ କଲେଜରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇଛି । ଏହାସହିତ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।

ସେପଟେ ଶିକ୍ଷାନୁଷ୍ଠାନ ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଶିକ୍ଷାନୁଷ୍ଠାନରେ ପ୍ରତିଦିନ ସାନିଟାଇଜ କରାଯାଉଛି । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଅପରପକ୍ଷେ, କରୋନାର ପ୍ରକୋପ ହ୍ରାସ ପାଇବା ପରେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଥିଲା । ମାତ୍ର ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ମାମଲା ବୃଦ୍ଦି ପାଇବାରେ ଲାଗିଛି । ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡିଯାଇଛନ୍ତି ।

Related Posts