ଲୋକସଭାରେ ପାରିତ ହେଲା କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ

ସୋମବାର ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଉପସ୍ଥାପନ କରିଥିଲେ | ତେବେ ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ ଲିଙ୍କ୍ କରାଯିବ ।

ହେଲେ ସଂଯୋଗୀକରଣ ପକ୍ରିୟାକୁ ଆଇଆଇଏମ୍ , ବିପିଏସ୍ ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିଥିଲେ ।

ବିରୋଧୀଙ୍କ ବିରୋଧ ସତ୍ୱେ ମଧ୍ୟ ଭୋଟର କାର୍ଡ ସହିତ ଆଧାର କାର୍ଡ ଲିଙ୍କ ଲୋକସଭାରେ ପାରିତ ହୋଇଯାଇଛିା

ହେଲେ ବିରୋଧୀ ଦଳ ଦାବି କରିଛନ୍ତି ଏଥିରେ ନାଗରିକ ମାନଙ୍କର ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ ହେବ । ଏହି ବିଲର ପରିବର୍ତ୍ତନ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ହେଲେ ଏହି ବିଲ ଷ୍ଟାଣ୍ଡି କମିଟି ସୁପାରିଶ କ୍ରମେ ଲୋକସଭାରେ ପାରିତ ହୋଇଛି ।

Related Posts