ସତ୍ୟପାଠ ବ୍ୟୁରୋ : 16/05/2026:ଚେଲାଙ୍କ ଗଡ଼ରେ ଗୁରୁଙ୍କ କୁଶ ପୁତ୍ତଳିକା ଦାହ କଲେ ବିରୋଧୀ|  NEET-UG ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌, ଅନିୟମିତତା ଏବଂ ପରୀକ୍ଷା ବାତିଲ ବିରୋଧରେ ରାଜ୍ୟ ବ୍ୟାପି ବିଜେଡି  ଯୁବ ଓ ଛାତ୍ର  ସଂଗଠନ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ ସଭା  ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୁଶପୁତ୍ତଳିକା ଦାହ କରାଯାଇଛି |

ଚର୍ଚାର ବିଷୟହେଲା ଧର୍ମେନ୍ଦ୍ରଙ୍କ ଖାସ ଶିଷ୍ୟଭାବେ  ଜଣାଶୁଣା ଟଙ୍କଧର ତ୍ରୀପାଠୀଙ୍କ  ନିର୍ବାଚନ  ମଣ୍ଡଳୀ ଝାରସୁଗୁଡ଼ାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ଓ ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ଅଧିକାର ପାଇଁ ଆମର ସ୍ୱର ଉତ୍ତୋଳନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହଛନ୍ତି ବିଜେଡିର ଯୁବ ଓ ଛାତ୍ର ନେତା । #NEET