ସତ୍ୟପାଠ ବ୍ୟୁରୋ : 16/05/2026: ଆଉ କେଉଁ ବିଜେପି ନେତାଙ୍କୁ ସୁହାଉ ବା ନ ସୁହାଉ ପେଟ୍ରୋଲ ଓ ଡିଜେଲ ସମସ୍ୟାକୁ ନେଇ ରାଜ୍ୟରେ ଚାଲିଥିବା ଏ ସଙ୍କଟ ଓ ସମସ୍ୟା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଂଚେଇ ଦେଇଛି| ବାବୁ ପ୍ରଧାନ ମନେ ମନେ ଠାକୁରଙ୍କୁ ଡାକୁଥିବେ କି ଆଉ ଦୁଇ ଦିନ ଏଟଣାଓଟରା ଚାଲୁ| କାରଣ ତେଲ ବିବାଦ ପାଇଁ ରାଜ୍ୟରେ NEET ପେପର ଲିକ କୁ ନେଇ ଧର୍ମେନ୍ଦ୍ରଙ୍କ ଉପରୁ ନଜର ଟିକେ ହଟିଯାଇଛି|
ଗୋଟେ ପଟେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ସଙ୍କଟକୁ ନେଇ ବିବାଦ ତୀବ୍ର ହୋଇଥିବା ବେଳେ, ଅନ୍ୟପଟେ NEET ପରୀକ୍ଷା ପ୍ରଶ୍ନପତ୍ର ଫାଁସ ଘଟଣାକୁ ନେଇ କେନ୍ଦ୍ର ସରକାର ଚାପରେ ରହିଛି। ରାଜନୈତିକ ମହଳରେ ଏବେ ଏହି ଦୁଇଟି ଘଟଣାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
ବିରୋଧୀ ଦଳର କିଛି ନେତାଙ୍କ ମତରେ, ପେଟ୍ରୋଲ-ଡିଜେଲ ସଙ୍କଟକୁ ନେଇ ଚାଲିଥିବା ତର୍କବିତର୍କ ଓ ଆନ୍ଦୋଳନ ଫଳରେ ସାଧାରଣ ଲୋକଙ୍କ ଧ୍ୟାନ ଧୀରେ ଧୀରେ NEET ପେପର ଲିକ୍ ମାମଲାରୁ ସରିଯାଉଛି। ତାଙ୍କ ଅଭିଯୋଗ ହେଲା, ଏହି ଇସ୍ୟୁ ଆଉ କିଛି ଦିନ ଚାଲିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପରୁ ଚାପ କମିଯିବ ।
ବିଶେଷକରି NEET ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ କୁ ନେଇ ବିଜେଡି ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ଧର୍ମେନ୍ଦ୍ରଙ୍କ ବିରୋଧରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯାଇଛି | ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦାହ କରାଯାଇଛି |
ତେବେ ବିଜେଡି ର ବିକ୍ଷୋଭ ର ପ୍ରଭାବ ଓ ସାଧାରଣରେ ଚର୍ଚ୍ଚା ସେଭଳି ଜୋର ନ ଧରିବାର କାରଣ ହେଉଛି ପେଟେଲ ଓ ଡିଜେଲ ସଙ୍କଟ | ଧର୍ମେନ୍ଦ୍ରଙ୍କ ପାଖଲୋକଙ୍କ କହିବା କଥା ଯେ ଆଉ dui/ତିନି ଦିନ ଯଦି ତେଲ ବିବାଦ ରାଜ୍ୟରେ ଜାରି ରହିବ ତା ହେଲେ ଧର୍ମେନ୍ଦ୍ର ଚର୍ଚ୍ଚାରୁ ଖସିଯିବେ |
NEET ପେପର ଲିକକୁ ନେଇଦେଶବ୍ୟାପୀ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଭରିରହିଛି । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଭାରି ପ୍ରତିକ୍ରିୟା ଦେଖାଯାଇଥିଲା। ଏପରି ସମୟରେ ଇନ୍ଧନ ସଙ୍କଟକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବଢ଼ିବାରୁ ଜାତୀୟ ମଞ୍ଚରେ ଆଲୋଚନାର ଦିଗ ବଦଳିଯାଇଥିବା ଚର୍ଚ୍ଚା ହେଉଛି।
