ଜମ୍ମୁକାଶ୍ମୀରର ସାତପାଲ ଅଞ୍ଚଳ ଓ ଅନ୍ତଃରାଷ୍ଟ୍ରୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ

ଜମ୍ମୁକାଶ୍ମୀରର ସାତପାଲ ଅଞ୍ଚଳ ଓ ଅନ୍ତଃରାଷ୍ଟ୍ରୀୟ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଉଡିଲା ଡ୍ରୋନ | ଶୁକ୍ରବାର ବିଳମ୍ବିତ ରାତି ଓ ଶନିବାର ଭୋର ସମୟରେ ଏହି ଡ୍ରୋନଟି ଉଡୁଥିବା ସୁରକ୍ଷା କର୍ମୀମାନେ ଠାବ କରିଛନ୍ତି | ସାତପାଲ ସହିତ କାଠୁଆ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଏହି ଇଲେକ୍ଟ୍ରୋନିକ୍ସ ଡିଭାଇସ ଉଡୁଥିବା ବରିଷ୍ଠ BSF(Border Security Officer) ଅଫିସର ସୂଚନା ଦେଇଛନ୍ତି ।

ଏହି ଡ୍ରୋନ ଉଡୁଥିବା ସମ୍ପର୍କରେ ବରିଷ୍ଠ BSF ଅଧିକାରୀ ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ଜମ୍ମୁକାଶ୍ମୀର ପୋଲିସକୁ ଅବଗତ କରାଇଥିଲେ । ଡ୍ରୋନର ହମିଙ୍ଗ ଶବ୍ଦ ଶୁଣିବା ପରେ ଅଧିକାରୀମାନେ ସନ୍ଦେହଜନକ ଭାବେ ଉଡୁଥିବା ଡ୍ରୋନକୁ ଠାବ କରିଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ବିଏସଏଫ ଯବାନଙ୍କ ସମେତ ଜମ୍ମୁକାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।ତେବେ ଏହି ଡ୍ରୋନରେ ଅସ୍ତ୍ରଶସ୍ତ୍ର ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବା ପାଇଁ ସୁରକ୍ଷା ଦଳ ଯାଞ୍ଚ କରିଥିଲେ ।

Related Posts