ରାଜଗାଙ୍ଗପୁର(ସତ୍ୟପାଠବ୍ୟୁରୋ): ନିଜ ବାଇକରେ ଗ୍ରାମକୁ ଯିବା ସମୟରେ କେଶର୍ମାଲ ଗ୍ରାମ ନିକଟରେ ନଦୀର ଜଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ଅବସର ପ୍ରାପ୍ତ ବୀର ଯବାନ l ଘଟଣାରୁ ପ୍ରକାଶ ଯେ, କେଶରାମାଳ ପଞ୍ଚାୟତର ଗରିଆମାଳ ଗ୍ରାମର ଅବସର ପ୍ରାପ୍ତ ବୀର ଯବାନ ସୁନୀଲ ତିଗା(୪୬)ଅବସର ଗ୍ରହଣ କରିବା ପରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ହକି ଖେଳିବା ପ୍ରଶିକ୍ଷଣ ଦେବା ସହ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିଲେ l ଗତକାଲି ସ୍ୱାଧୀନତା ଦିବସ ଉପଲକ୍ଷେ ରମାଵାହଲଠାରେ ହକି ଖେଳ ପ୍ରତିଯୋଗିତା ଦେଖିବା ସହ ତାଙ୍କୁ ସମ୍ମାନୀତ କରିବା ପାଇଁ ଆମନ୍ତ୍ରଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଶେଷ କରି ନିଜ ଗ୍ରାମକୁ ଓଡି ୧୪ ଏ ଏ ୬୬୦୮ ବୁଲେଟରେ ଘରକୁ ଫେରୁଥିବା ବେଳେ କେଶର ମାଳ ଗ୍ରାମ ନିକଟ ବ୍ରିଜ ଉପରେ ଜଳ ସ୍ରୋତ ର ଅନୁମାନ କରି ନ ପାରି ବ୍ରିଜ ପାର ହେବାକୁ ଚେଷ୍ଟା କରି ଥିବା ବେଳେ ନିୟନ୍ତ୍ରଣ ହରାଇ ନଦୀ ଗର୍ଭରେ ମଟର ସାଇକେଲ ସହ ପଡି ଯାଇଥିଲେ କିଛି ଦୂର ନଦୀ ଜଳସ୍ରୋତ ରେ ପହଁରିଵା ଚେଷ୍ଟା କରି ଥିଲେ କିନ୍ତୁ ଜଳ ସ୍ରୋତ ଏପରି ପ୍ରଖର ଥିଲା ଯେ କି ଜଳ ସ୍ରୋତ ରେ ଭାସି ଯାଇଛନ୍ତି। ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।