ଜାଡ ରେ ଥରୁଛି ସାରା ଓଡିଶା ।

ରାଜ୍ୟରେ ଖସୁଛି ପାରଦ, ବଢ଼ୁଛି ଶୀତ । ଲଗାତର ଭାବେ କମିବାରେ ଲାଗିଛି ତାପମାତ୍ରା । ପ୍ରବଳ ଶୀତ ଲହରୀକୁ ଆଖି ଆଗରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇଛି । ଆଗାମୀ ୩ଦିନ ରାଜ୍ୟର ବିଭିନ୍ନ ଜାଗାରେ ଶୀତ ଲହରି ଜାରି ରହିବ । ଏନେଇ କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଦାରିଙ୍ଗବାଡି, ସୁନ୍ଦରଗଡର କୋଏଡା ଓ ସମ୍ବଲପୁରର ବାମରା ବ୍ଲକରେ ତୁଷାରପାତ ହୋଇଛି । ପ୍ରବଳ ଶୀତର ପ୍ରକୋପରେ ସକାଳୁ ସକାଳୁ ଲୋକେ ଉଠି ନିଆଁ ଲଗାଇ ସେକି ହେଉଥିବାର ଦୃଶ୍ୟ ବିଭିନ୍ନ ସ୍ଥାନରୁ ଆସୁଛି । ହାଡଭଙ୍ଗା ଜାଡ ଲୋକଙ୍କୁ ଘରୁ ବାହାର କରିଦେଉନି ।

ସକାଳ ୧୦ଟା ଯାଏଁ ଛାଡୁନି କୁହୁଡି । କୁହୁଡି ଚାଦର ଭିତରେ ମେଘୁଆ ମେଘୁଆ ଦିଶୁଛି ଆକାଶ । ତେବେ ହାଡଭଙ୍ଗା ଶୀତ ଆହୁରି ୩ଦିନ ଲୋକଙ୍କୁ ସହିବାକୁ ପଡିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି

Related Posts