ଜାନୁୟାରୀ ୩୧ରେ ସର୍ବଦଳୀୟ ବୈଠକ: ବଜେଟ୍ ଅଧିବେଶନ ଉପରେ ହେବ ଚର୍ଚ୍ଚା

ଆସନ୍ତା 31 ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ବଜେଟ୍ ଉପସ୍ଥାପନର ଦିନକ ପୂର୍ବରୁ କେନ୍ଦ୍ର ସରକାର ଏହି ବୈଠକ ଡାକିଛନ୍ତି । ଏଥିରେ ବଜେଟ୍‌ର ରୂପରେଖ ସମ୍ପର୍କରେ ଟିକିନିଖି ଆଲୋଚନା କରାଯିବ । ଅପରାହ୍ନ ୩ଟା ସମୟରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକ ଡାକିଛନ୍ତି ।

ପ୍ରକାଶଥାଉ କି, ସଂସଦର ବଜେଟ୍ ଅଧିବେଶନ ୩୧ ତାରିଖରେ ଆରମ୍ଭ ହେବ । ଜାନୁୟାରୀ ୩୧ ରୁ ଫେବୃୟାରୀ ୧୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ 14ରୁ ଏପ୍ରିଲ 8 ତାରିଖ ଯାଏଁ ଚାଲିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ରେ ବଜେଟ୍ ଉପସ୍ଥାପନ କରିବେ । ଚତୁର୍ଥ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ।୨୦୨୨-୨୩ ଆର୍ଥିକ ବଜେଟ୍ ପାଇଁ ଅର୍ଥ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ଆଗାମୀ ଆର୍ଥିକ ବର୍ଷରେ ବଜେଟ୍‌ର ଆକାର ପୂର୍ବବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Related Posts