ଜେନେରାଲ ରାୱତଙ୍କ ହେଲିକପ୍ଟର କ୍ରାସ୍ ଭିଡିଓ ରେକର୍ଡିଁ କରିଥିବା ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ଫୋରେନସିକ୍ ପରୀକ୍ଷା ପାଇଁ ପଠାଗଲା |

ସତ୍ୟପାଠ -୧୨/୧୨ : ସି ଡ଼ି ଏସ୍ ଜେନେରାଲ ବିପିନ ରାୱତ ଙ୍କ ହେଲିକପ୍ଟର ଦୁର୍ଘଟଣାର ଭିଡ଼ିଓ ରେକର୍ଡିଂ କରିଥିବା ମୋବାଇଲ ଫୋନ ର ଫୋରେନସିକ୍ ପରୀକ୍ଷା ପାଇଁ ତାମିଲନାଡୁର କୋଏମ୍ବାଟୁର ପୋଲିସ ଜଣେ ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ସଂଗ୍ରହ କରି ପଠାଇଛି । ଇଏ ସେହି ଫୋନ ଯେଉଁଥିରେ ଏକ ଚପର୍ କ୍ରାସ ର କିଛି କ୍ଷଣ ର ଭିଡିଓ କଏଦ ହୋଇଛି । ଆଶଙ୍କା କରାଯାଉଛି ବୋଧହୁଏ ଭାରତୀୟ ବାୟୁସେନା (IAF) ହେଲିକପ୍ଟରଟି ଯାହା ବୁଧବାର ଦିନ ରାଜ୍ୟର ନୀଳଗିରି ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ଘଟିଥିଲା। ଦେଶର ପ୍ରଥମ ତଥା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତି ମଦୁଲିକା ରାୱତଙ୍କ ସମେତ ବିମାନରେ ଥିବା 14 ଜଣଙ୍କ ମଧ୍ୟରୁ 1୩ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ମାମଲାର ତଦନ୍ତ ର ଅଂଶ ବିଶେଷ ଭାବରେ ସେହି ଫୋନ ଟିକୁ ସଂଗ୍ରହ କରାଯାଇଛି ବୋଲି ପୋଲିସ କହିଛି। ଡିଭାଇସର ମାଲିକ ଜୋ, ଯିଏ କି କୋଏମ୍ବାଟୁର ଜଣେ ବିବାହ ଫଟୋଗ୍ରାଫର, ସେ ଗତ ଡିସେମ୍ବର 8 ରେ ସାଙ୍ଗମାନଙ୍କ ସହିତ ମିଶି ନୀଳଗିରି ଜିଲ୍ଲାର କାଟେରୀ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ହେଲିକପ୍ଟର ଭିଡ଼ିଓ କୌତୁହଳ ବଶତଃ ରେକର୍ଶିଂ କରିଥିଲେ।ଜୋ ରେକର୍ଡ କରିଥିବା ଭିଡ଼ିଓ ଟି ହେଲିକପ୍ଟର କ୍ରାଶ ହେବାର କିଛି କ୍ଷଣ ପୂର୍ବର ବୋଲି କୁହାଯାଉଛି |

ଏଥିସହ ଜୋ ଏବଂ ତାଙ୍କ ସାଙ୍ଗମାନେ ଘଞ୍ଚ ଜଙ୍ଗଲ ଅଞ୍ଚଳକୁ କାହିଁକି ଯାଇଥିଲେ ତାହା ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି, ଯାହା ବନ୍ୟଜନ୍ତୁଙ୍କ ବାରମ୍ବାର ଗତିବିଧି ହେତୁ ନିଷିଦ୍ଧ ଅଞ୍ଚଳ ବୋଲି ସେମାନେ କହିଛନ୍ତି।

ସେହି ଭିଡ଼ିଓ ଫୁଟେଜ୍ ରେ, IAF Mi-17V5 ଦୁର୍ଘଟଣା ପୂର୍ବରୁ କୁହୁଡିରେ ଅଦୃଶ୍ୟ ହୋଇଥିବାର ଦେଖାଯାଉଛି | ସୋସିଆଲ ମିଡିଆରେ ଏହି କ୍ଲିପ ଭାଇରାଲ ହେବା ପରେ ଫୋର୍ସ ଏକ ବିବୃତ୍ତି ଜାରି କରି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ସମ୍ମାନକୁ ସମ୍ମାନ ଦେବା ପାଇଁ ଅଜ୍ଞାତ କଳ୍ପନାଜଳ୍ପନାରୁ ଦୂରେଇ ରୁହନ୍ତୁ।

Related Posts