ଟ୍ରାଫିକ ସମସ୍ୟା ଛାଡପତ୍ରର କାରଣ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚର୍ଚାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାଭିସଙ୍କ ପତ୍ନୀ ଅମୃତା | ଛାଡ଼ପତ୍ର ସଂକ୍ରାନ୍ତ ବୟାନକୁ ନେଇ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି | ତାଙ୍କର ଏହି ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇରେ ୩% ଛାଡ଼ପତ୍ର ମାମଲା ଟ୍ରାଫିକ ସମସ୍ୟା ଯୋଗୁ ଘଟୁଥିବା ସେ କହିଛନ୍ତି | ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ରାସ୍ତା ଓ ଟ୍ରାଫିକ ଉପରେ ମତ ରଖୁଥିବା ବେଳେ ସେ ଏପରି କହିଛନ୍ତି।

ଅମୃତଙ୍କ ଏପରି ବୟାନକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତେର୍ଚ୍ଛାବାଣ ମାରିଛନ୍ତି। ଏହାକୁ ବେଷ୍ଟ ଲଜିକ ଅଫ ଦି ଡେ କହି ସେ ପରିହାସ କରିଛନ୍ତି।

ଅମୃତ ରିପୋର୍ଟରମାନଙ୍କୁ ମୁମ୍ବାଇର ଟ୍ରାଫିକ ଓ ରାସ୍ତାଘାଟ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୁଁ ଜଣେ ସାଧାରଣ ନାଗରିକ ହିସାବରେ ଭୋଗୁଥିବା ସମସ୍ୟା ଗୁଡ଼ିକ କଥା କହୁଛି। ଯେତେବେଳେ ମୁଁ ବାହାରକୁ ବାହାରୁଛି ମୁମ୍ବାଇ ରାସ୍ତାରେ ଗାତ ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ଦେଖୁଛି। ଟ୍ରାଫିକ ସମସ୍ୟା ଯୋଗୁ ଲୋକମାନେ ସେମାନଙ୍କ ପରିବାର ଲୋକଙ୍କୁ ସମୟ ଦେଇପାରୁ ନାହାନ୍ତି। ଏହି କାରଣର ପାଇଁ ମୁମ୍ବାଇରେ ୩% ଛାଡ଼ପତ୍ର ମାମଲା ଘଟୁଛି। ଲୋକମାନେ ଟ୍ରାଫିକ ସମସ୍ୟା ଯୋଗୁ ମାନସିକ ଚାପରେ ମଧ୍ୟ ରହୁଛନ୍ତି।”

ଅମୃତା ଫଡନାଭିସ ନିଜେ ଟ୍ରାଫିକ ଓ ରାସ୍ତାରେ ଥିବା ଗାତ ଯୋଗୁ ଅନେକ ସମସ୍ୟାରେ ପଡ଼ିଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, “ଆପଣମାନେ ଭୁଲି ଯାଆନ୍ତୁ ମୁଁ ଦେବେନ୍ଦ୍ର ଫଡନଭାସଙ୍କ ପତ୍ନୀ। ମୁଁ ଜଣେ ସାଧାରଣ ମହିଳା ହିସାବରେ ଆପଣଙ୍କୁ କହୁଛି। ମୁଁ ନିଜେ ରାସ୍ତାରେ ଥିବା ଗାତ ଓ ଟ୍ରାଫିକ ଯୋଗୁ ଅନେକ ଅସୁବିଧାରେ ପଡ଼ିଛି। ଆପଣମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି।”

Related Posts