ପୁଣି ବିଗିଡ଼ିଲା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା

ପୁଣି ବିଗିଡ଼ିଲା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା | ଏବେ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇଛି। ଭେଣ୍ଟିଲେଟରରେ ଥିବା ଯୋଗୁ ଡାକ୍ତରମାନେ ୨୪ ଘଣ୍ଟା ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ନେଇ ସୂଚନା ଦିଆଯିବା ପରେ ପ୍ରଶଂସକ ଚିନ୍ତିତ ହୋଇ ପଡ଼ିଛନ୍ତି।

ଗତ ଜାନୁୟାରୀ ୮ରେ ୯୨ ବର୍ଷୀୟା ଲତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଥିଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିଯୋଗୁ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା। ସେ ସାମାନ୍ୟ ସୁସ୍ଥ ହେବାରୁ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥିଲା। ହେଲେ ସେ ପୁଣି ଗୁରୁତର ହୋଇପଡ଼ିଛନ୍ତି।

Related Posts